ବଦଳିବ ବୌଦ୍ଧ, ଭଂଜନଗରର କଳେବର

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୌଦ୍ଧ ଏବଂ ଭଂଜନଗରରେ ଏକାଧିକ ଜନକଲ୍ୟାଣକାରୀ ଯୋଜନାର ଉଦଘାଟନ କରିବା ସହ ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବୌଦ୍ଧରେ ମୁଖ୍ୟମନ୍ତ୍ରୀ 192 କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିବା ବେଳେ 777.59 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ଭଂଜନଗରରେ ମୁଖ୍ୟମନ୍ତ୍ରୀ 21.26 କୋଟି ଟଙ୍କର ପ୍ରକଳ୍ପକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ବେଳେ 86.69 କୋଟି ଟଙ୍କାର 24ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ବୌଦ୍ଧର କଣ୍ଟାମାଳ ବ୍ଲକରେ ମୁଖ୍ୟମନ୍ତ୍ରୀ 4ଟି ହାଇଲେବୁଲ ବ୍ରିଜ ସହ 6ଟି ରାସ୍ତା ପ୍ରକଳ୍ପ ଓ 4ଟି 100 ସଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀନିବାସ ଏମିତି ମୋଟ 45ଟି ପ୍ରକଳ୍ପର ଶୁଭ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରାୟ 10 ହଜାର ଲୋକଙ୍କୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଏଥିସହିତ କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ ନପଡନ୍ତି ସେନେଇ ସରକାର ଯଥେଷ୍ଟ ସଚେତନ ଥିବା ସେ କହିଛନ୍ତି । ଆଜି ଉଦଘାଟିତ ହୋଇଥିବା ହୋଇଥିବା ଭିତ୍ତିପ୍ରସ୍ତର ପଡିଥିବା ନୂଆ ପ୍ରକଳ୍ପ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାରେ ସଡକ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସାଙ୍ଗକୁ ପାନୀୟ ଜଳ ଯୋଗାଣ ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବ ।

ସେହିଭଳି ମୁଖ୍ୟମନ୍ତ୍ରୀ ଭଂଜନଗରରେ ଏକ ନୂଆ ବସଷ୍ଟାଣ୍ଡ, ସ୍ବତନ୍ତ୍ର ସବଜେଲ ଓ ଟାଉନ ହଲର ଉଦଘାଟନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଭଂଜନଗର ଆରଏମସି ପଡିଆରେ ପ୍ରାୟ 40ହଜାରରୁ ଅଧିକ ଲୋକଙ୍କ ସମ୍ବୋଧିତ କରିଥିଲେ । ଭତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପଗୁଡିକ ଆଗାମୀ ଦିନରେ ଭଂଜନଗରର ସଡକ ଯୋଗାଯୋଗ ଏବଂ ବନ୍ୟା ମୁକାବିଲାକୁ ସୁଦୃଢ କରିବ ।

Share

Leave a Reply

Your email address will not be published. Required fields are marked *

5 × 1 =