କରୋନା ଯୋଗୁଁ ବୋଲବମ ଯାତ୍ରା ବନ୍ଦ

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ୪୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ମୁବାକିଲା ପାଇଁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଚଳିତବର୍ଷ ବୋଲବମ ଉପରେ ଲାଗିଛି କଟକଣା ।

ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଆରସି ପ୍ରଦୀପ ଜେନା କହଛନ୍ତି ଯେ, ଏବର୍ଷ ଶୈବପୀଠରେ ଜଳଲାଗି କରିପାରିବେନି କାଉଡିଆ । କରୋନ ସଂକ୍ରମଣକୁ ରୋକିବାକୁ ଶୈବପୀଠରେ ଜଳାଭିଶେକ ହେବନାହିଁ । କାଉଡିଆଙ୍କ ଭିଡ ଏଡାଇବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।’

ତେବେ ଶ୍ରାବଣ ମାସ ସୋମବାରରେ ପାଣି ନେଇ ଶୈବପୀଠ ଯାଇଥାନ୍ତେ କାଉଡିଆ । କିନ୍ତୁ କରୋନା ଯୋଗୁଁ ତାହା ବନ୍ଦ ହୋଇଛି ।

Share

Leave a Reply

Your email address will not be published. Required fields are marked *

four × 5 =