ପ୍ରେମିକ ଦୁଆରେ ଧାରଣା ଦେଇଛି ପ୍ରେମିକା

ବଲାଙ୍ଗୀର: ‘ପ୍ରେମିକକୁ ଆଣ ନହେଲେ କିରୋସିନି ଢାଳି ଆତ୍ମହତ୍ୟା କରିବି।’ ଲଭ, ସେକ୍ସ, ଧୋକାରେ ଶିକାର ହେବା ପରେ ପ୍ରେମିକର ଘର ଆଗରେ କିରାସିନି ବୋତଲ ଓ ଦିଆସିଲ୍ ଧରି ଏପରି ହାଇଡ୍ରାମା କରିଛି ପ୍ରେମିକା। ନ୍ୟାୟ ନମିଳିବା ଯାଏଁ ଧାରଣାରୁ ଉଠିବ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲା। ପରେ ଗାଁ ଲୋକଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଥିବା ଜଣାପଡ଼ିଛି। ଏପରି ଅଭିଯୋଗ ବଲାଙ୍ଗିରି ଜିଲ୍ଲାରୁ ଆସିଛି।

ପିଣ୍ଟୁ ଚନ୍ଦନ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ଜନୈକା ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପ୍ରେମରେ ଜାତି ପ୍ରଥା ବାଧକ ସାଜିଥିଲା । ଶେଷରେ ପ୍ରେମିକ ପ୍ରେମିକା ଘର ଛାଡ଼ି ପଳାଇଥିଲେ । ପୁଅ ୪୦ ହଜାର ଟଙ୍କା ଆଣିଥିବା ବେଳେ ପ୍ରେମିକା ୭ହଜାର ଟଙ୍କା ଧରି ଘରୁ ପଳାଇ ଆସିଥିଲେ । ଉଭୟ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଅଞ୍ଚଳରେ ରହୁଥିଲେ । ତେବେ କିଛିଦିନ ଯିବା ପରେ ପ୍ରେମିକାକୁ ଛାଡ଼ି ଫେରାର ହୋଇଥିଲା ପ୍ରେମିକ ।

ପ୍ରେମିକର ବାଟ ଚାହିଁ ଚାହିଁ ଅନେକ ଦିନ ଅପେକ୍ଷା କରି ରହିଥିଲା ପ୍ରେମିକା । ଯେତେ ଫୋନ କରିଥିଲେ ସୁଦ୍ଧା କିଛି ଉତ୍ତର ମିଳିନଥିଲା । ଶେଷରେ ଯୁବତୀ ଜଣକ ତାଙ୍କ ବାପାଙ୍କୁ ଫୋନ କରିବା ପରେ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରେମିକଙ୍କ ପରିବାର ଲୋକଙ୍କୁ ଯାଇ ଗୁହାରି କରିବା ପରେ ମଧ୍ୟ କେହି ଶୁଣିନଥିଲେ । ସେପଟେ ଏସପିଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଏସମ୍ପର୍କରେ ଯୁବତୀଙ୍କ ବାପା ଜଣାଇଛନ୍ତି । କେହି ନଶୁଣିବାରୁ ଶେଷରେ ପ୍ରେମିକ ଦୁଆରେ ଆତ୍ମହତ୍ୟା କରିବା ଲାଗି ବସିଛି ପ୍ରେମିକା ।

Share

Leave a Reply

Your email address will not be published. Required fields are marked *

1 × 3 =