ଗିରଫ ହେଲେ ବବି ମିଶ୍ର

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବବି ମିଶ୍ରଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସକାଳୁ ତାଙ୍କୁ ଅଟକ ରଖିଥିଲା । ଏବେ ଗିରଫ କରିଥିବା କୁହାଯାଉଛି । ଗାଡି ପାର୍କିଂକୁ ନେଇ ପଡୋଶୀଙ୍କ ସହ ଝଗଡା କରିଥିବା ବବିଙ୍କ ଲାଗି ପଡିଛି ମହଙ୍ଗା । ମଦପିଇ ପଡୋଶୀଙ୍କୁ ମାଡ଼ ଓ ଗାଳିଗୁଲଜ କରିଥିବା ନେଇ ବବିଙ୍କ ନାଁରେ ଅଭିଯୋଗ ହୋଇଥିଲା । ଦିନକୁ ଦିନ ବବି ଓ ତାଙ୍କ ସହଯୋଗୀଙ୍କ ଉତ୍ପାତ ବଢ଼ୁଥିବା ଥାନାରେ ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତ ପରେ ବବିଙ୍କୁ ଗିରଫ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen + 6 =