ବେଆଇନ ପାର୍କିଂ ଫି ବିରୁଦ୍ଧରେ ବିଏମସିର କଡ଼ା ଚିଠି

ଭୁବନେଶ୍ୱର: ଆଉ ବର୍ତ୍ତିବେ ନାହିଁ ପାର୍କି ନାଁରେ ଠକୁଥିବା ସଂସ୍ଥା ଓ ବ୍ୟକ୍ତି । ଗୋଟିକ ପରେ ଗୋଟିଏ ସ୍ଥାନକୁ ଚାଲିଛି ପ୍ରଦକ୍ଷଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ସେଣ୍ଟ୍ରାଲ ଲାଇସେନ୍ସ ସ୍କ୍ୱାର୍ଡ ଏବଂ ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କରିଥିଲେ ବିଏମସି ଭବାନୀ ମଲ ଚଢାଉ । ଏଥିରେ ଟିମ୍ ବିଏମସି ଯାଇ ସେଠାକାର ପାର୍କିଂ ବ୍ୟବସ୍ଥାକୁ ଯାଞ୍ଚ କରିବା ସହ ଫି ଆଦାୟ ହେଉଛି କି ନାହିଁ ଦେଖିଥିଲେ । ସେଠାରେ ବେଆଇନ୍ ଭାବେ ପାର୍କିଂ ଫି ନିଆଯାଉଥିବାରୁ ଦୁଇଟି ପାର୍କିଂ ଟିକେଟ ଆଦାୟ ମେସିନକୁ ଜବତ କରିଥିଲେ କର୍ମଚାରୀ ।

ତେବେ ଆଜି ଉଭୟ ସ୍କ୍ୱାର୍ଡ ପକ୍ଷରୁ ପ୍ରାୟ ୧୮ଟି ପାର୍କିଂ ଲଟ ପ୍ରଦକ୍ଷଣ କରାଯାଇଥିଲା । ଏହି ଅଭିଯାନରେ ଅନ୍ୟ କୌଣସି ବେଆଇନ୍ ପାର୍କିଂ ଫି ଆଦାୟକାରୀଙ୍କୁ ଦେଖିବାକୁ ମିଳିନଥିଲା । କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଆଜି ନିଗମ କର୍ତ୍ତୃପକ୍ଷ ଡାଇରେର ଭବାନୀ କନଷ୍ଟ୍ରକସନ ପ୍ରାିଭେଟ ଲିମିଟେଡଙ୍କୁ ପତ୍ର ଲେଖି ତାଗିଦ୍ କରିଛନ୍ତି । ଏନେଇ ବିଏମସି ଚିଠି ନଂ ୨୮୯୯୧୨, ୧୮/୧୦/୨୦୧୯ରେ ଏକ ନୋଟିସ୍ରେ ସମ୍ପୃକ୍ତ ସଂସ୍ଥା ପିଓଏସ୍ ମେସିନ ଦ୍ୱାରା ପାର୍କିଂ ଫି ଆଦାୟ କରୁଥିବାରୁ ଏନଫୋର୍ସମେଣ୍ଟ କର୍ମଚାରୀ ଦେଖିଛନ୍ତି । ଯାହା ବିଏମସି ନିର୍ଦ୍ଦେଶାବଳୀର ଘୋର ଉଲଙ୍ଘନ କରିଛନ୍ତି । ତେଣୁ ତିନି ଦିନ ମଧ୍ୟରେ ଏହାର କାରଣ ସ୍ପଷ୍ଟ ନକଲେ, କର୍ତ୍ତୃପକ୍ଷ ବିହୀତ ପଦକ୍ଷେପ ନେବେ । ଏହି ଅଭିଯାନକୁ ଆହୁରି କଡ଼ା କଡ଼ି କରାଯିବ ବୋଲି ଜଣାଇଛନ୍ତି କର୍ତ୍ତୃପକ୍ଷ ।

Share

Leave a Reply

Your email address will not be published. Required fields are marked *

sixteen − 11 =