ବିଏମସିର ଆଗୁଆ ସତର୍କତା : ସମ୍ବେଦନଶୀଳ ସ୍ଥାନରେ ଲାଗିବ ପମ୍ପ୍

ଭୁବନେଶ୍ୱର () ମୌସୁମିର ଆଗମନକୁ ଦେଖି ଏବଂ ବିଗତ ବର୍ଷଗୁଡିକର ଅଭିଜ୍ଞତାକୁ ପାଥେୟ କରି ଏ ବର୍ଷର ବର୍ଷା ଋତୁ ପାଇର୍ ଅଧିକ ସଜାଗ ରହିଛନ୍ତି କତୁର୍ପକ୍ଷ । ଫନି ପରବର୍ତି ପରିଚ୍ଛନ୍ନତା ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଥିବା ମୁଖ୍ୟ ଡ୍ରେନ୍ଗୁଡିକର ଆବଶ୍ୟକୀୟ ମରାମତି ଓ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି ।

ଅନ୍ୟପକ୍ଷରେ ଭୁବନେଶ୍ୱର ବର୍ଷାଜଳ ନିଷ୍କାସନ ଲାଗି ଉଦ୍ଦିଷ୍ଟ ୧୦ଟି ମୁଖ୍ୟ ଡ୍ରେନ୍ର ସଫେଇ, ମରାମତି ଓ ନିର୍ମାଣ କାର୍ଯ୍ୟ ସରିଛି । ସହରର ବିଭିନ୍ନ ସଂଯୁକ୍ତ ଡ୍ରେନ୍ର ସଫେଇ ଓ ମରାମତି ଶେଷ ପର୍ଯ୍ୟୟରେ ପହଂଚିଛି ବୋଲି କହିଛନ୍ତି ଇଂଜିନିୟର ପ୍ରଦୀପ ଦୁରିଆ । ଖୁବ୍ ଅଳ୍ପ ଦିନରେ ରହିଥିବା କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ କହିଛନ୍ତି ।

ସହରର ତଳି ଅଂଚଳ ଏବଂ ଅଳ୍ପ ବର୍ଷାରେ ଜଳମଗ୍ନ ଅଂଚଳଗୁଡିକ ପ୍ରତି ବିଏମସି କତୁର୍ପକ୍ଷ ମଧ୍ୟ ଏକାନ୍ତ ଭାବେ ଧ୍ୟାନ ରଖିଛନ୍ତି । ଚିହ୍ନିତ ଅଂଚଳଗୁଡିକୁ ଯେପରି କୌଣସିଭାବ ଭୀତତ୍ରସ୍ତ ନ ହୁଅନ୍ତି, ସେଥିପାଇଁ ପ୍ରାକ୍ ସମରା ସଜ୍ଜା ସ୍ୱରୁପ ସମୁଦାୟ ୬୭ଟି ୱାର୍ଡରେ ଅବସ୍ଥିତି ୩୭ଟି ସମ୍ବେଦନଶୀଳ ଅଂଚଳକୁ ଚିହ୍ନିତ କରାଯାଇଛି ।

ଏ ସମ୍ବନ୍ଧୀୟ ଆଲୋଚନା, କାର୍ଯ୍ୟ ପ୍ରଗତି ଏବଂ ସ୍ଥିତି ବାବଦରେ ସମୀକ୍ଷା କରିଥିଲେ କତୁର୍ପକ୍ଷ । ଏହାପରେ ବର୍ଷାର ଆଗମନ ପୂର୍ବରୁ ସମସ୍ତ ବର୍ଷା ପ୍ଲାବିତ ସମ୍ବେଦନଶୀଳ ସ୍ଥାନଗୁଡିକୁ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେଉଁଠି କେଉଁ ପ୍ରକାରର ନିଷ୍କାସନ ପମ୍ପ ଲାଗିବ ତାହା ମଧ୍ୟ ସ୍ଥିର ହୋଇଯାଇଛି । ସେଗୁଡିକ ହେଲା-

ଶିଖରଚଣ୍ଡି (ତ୍ରିନାଥ ନଗର), ରୁଦ୍ରପୁର/ହଂସପାଲ (ଭୋଇସାହି), ମଙ୍ଗଳାମନ୍ଦିର, ଶାଶ୍ୱତବିହାର/ଅମରାପଲ୍ଲୀ ଏରିଆ/ପଦ୍ମାବତୀ ବିହର, ମହାବୀର ବସ୍ତି, ମେଫେୟାର (ଜ୍ୟୋସ୍ନା ଆପାର୍ଟମେଂଟ/ଘନଶ୍ୟାମ ଆପାର୍ଟମେଂଟ), ପବିତ୍ର ଗେଷ୍ଟ ହାଉସ, ଶ୍ରୀରାମ ସିଟି, ଖଣ୍ଡଗିରିବାରି, ଇସକନ୍ ଟେମ୍ପଲ୍, ନୟାପଲ୍ଲୀ ବେହେରାସାହି (ତାରିଣୀ ଟେମ୍ପଲ୍), ରାଧାକୃଷ୍ଣ ନଗର, ନୟାପଲ୍ଲୀ ଭୋଇସାହି, କ୍ରିଷ୍ଣାଟାୱାର ପଛ(ଖିମଜୀ ଗଳି), ଜୟଦେବ ବିହାର (ଲେନ୍ ନଂ ୩), ବୈରାଗୀ ନଗର, ଝାରପଡା (ଶାନ୍ତିନଗର), ଗାୟତ୍ରୀ ନଗର, ମାଳି ସାହି ଲେପ୍ରୋସି କଲୋନୀ, ଲକ୍ଷ୍ମୀସାଗର (ମଳିଅନ୍ତା ଟ୍ୟାଙ୍କ ପାଖ/ଚମ୍ପା ପୋଖରୀ), ପାଇକ ନଗର (ମୁଣ୍ଡା ସାହି), ପାଇକ ନଗର, ଶତାବ୍ଦୀ ନଗର, ରବିନ୍ଦ୍ର ଗାର୍ଡେନ୍, ଗଡିଆଖାଲ/ଅଢ଼େଇଖାଲ/ପାଣ୍ଡବ ନଗର, ସ୍ଲାବ ଇଂଡଷ୍ଟ୍ରି(ଡ୍ରେନ ପଛ), ଗୌରୀ ନଗର (ଲେନ୍-୧), ଗୌରୀ ଗାର୍ଡେନ, ଗ୍ୟାରେଜ ଛକ (ଦୟା ୱେଷ୍ଟ କେନାଲ) ଶାରଦା ମଠ ଲେନ୍, କେଳୁ ଚରଣ ମହାପାତ୍ର ପାର୍କ (ଫ୍ରଂଟ ଲେନ୍), ଚାରିଛକ ଭୀମଟାଙ୍ଗୀ (ଲେନ୍ -୭), ଗୌରୀ ଶଙ୍କର ଇଂଲିଶ ମିଡିଅମ୍ ସ୍କୁଲ, ମଲ୍ଲିକ କମ୍ପେ୍ଲକ୍ସ, ପଂଚଶଖା ନଗର, ଜଗମୋହନ ନଗର (ଗ୍ରିନ ପାର୍କ ଏରିଆ) ଏବଂ ନରେନ୍ଦ୍ର ଗାର୍ଡେନ-ସିଦେ୍ଧଶ୍ୱର ଗାର୍ଡେନ ।

ସମୁଦାୟ ୧୨ଟି ୫ଏଚ.ପି ପମ୍ପ ୬ଟି ୧୦ ଏଚ୍ପି ପମ୍ପ ବିଏମସିରୁ ନିୟୋଜିତ ହେବକୁ ଥିବାବେଳେ ପ୍ରବଳ ବର୍ଷାର ଜଳ ନିଷ୍କାସନ ପାଇଁ ଅଗ୍ନିଶମ ସେବା ବିଭାଗରୁ ୧୯ଟି ପମ୍ପ ନିୟୋଜିତ ହେବାର ରଣନୀତି ଧାର୍ଯ୍ୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

five × 3 =