କଲ୍ୟାଣ ମଣ୍ଡପର ନିଜସ୍ବ ପାର୍କିଂ ବ୍ୟବସ୍ଥା ନଥିଲେ ହେବ କଡା କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର()  ଭୁବନେଶ୍ୱରରେ ପାର୍କିଂ ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପ ଗୁଡିକ ଉପରେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାତନନ୍, ବିଏମସି କମିଶନର ତଥା ବିଡିଓ ଉପାଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।

ବିବାହ ବ୍ରତ ସମୟରେ ବିଭିନ୍ନ କଲ୍ୟାଣ ମଣ୍ଡପ ସମ୍ମୁଖରେ ଗାଡି ପାର୍କିଂ ଯୋଗୁଁ ବହୁ ସମୟରେ ରାସ୍ତା ଜାମ୍ ଓ ଟ୍ରାଫିକ୍ ସମସ୍ୟାମାନ ଦେଖାଦେଉଛି । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ଯେଉଁ ସବୁ କଲ୍ୟାଣ ମଣ୍ଡପ ଗୁଡିକର ନିଜସ୍ବ ପାର୍କିଂ ବ୍ୟବସ୍ଥା ନାହିଁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀରେ ଏଭଳି ୮୯ ଟି କଲ୍ୟାଣ ମଣ୍ଡପର ନିଜସ୍ବ ପାର୍କିଂ ବ୍ୟବସ୍ଥା ନଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

two × 4 =