ସଫେଇ କର୍ମଚାରୀଙ୍କୁ ମାସ୍କ , ସାବୁନ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର() ସାବିତ୍ରୀ ବ୍ରତ ଅବସରରେ ଟିମ୍ ପ୍ରକାଶ ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ ତଥା ବିଏମସି ଜାଗୃତିର କୋଡିନେଟର ପ୍ରବେଶ ସାହୁ, ସୁପରଭାଇଜର ଇନ୍ଦ୍ରଜିତ ନାୟକ ଓ ରାମକଷ୍ଣ ଧନୱାରଙ୍କ ସମେତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହିତ ସମସ୍ତ ୬୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ମାସ୍କ ,ସାବୁନ୍ ଦେଇ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ସଚେତତା କରାଯାଇଥିଲ ।

 

ଏହାସହ ସେମାନଙ୍କୁ ଅଟା,ଚୁଡ଼ା, ଚିନି,କଦଳୀ, ବିସ୍କୁଟ, ଶୋୟାବଡ଼ି, ପାଉଁରୁଟି, ଇପି ନୁଡଲସ୍, ହରଡ ଡାଲି, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲଖ । ଏହି କାର୍ଯ୍ୟ ଯୁବନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା ।

ପ୍ରକାଶ ତ୍ରିପାଠୀଙ୍କ ସହ ସୌମ୍ୟ ରଞ୍ଜନ, ଦୀପକ ନାୟକ, ସାମ୍ବାଦିକ ସରୋଜ, କମଳାକାନ୍ତ, ରାଜୀବ ନାରାୟଣ,ସର୍ବଜିତସାହୁ , ନଳିନୀକାନ୍ତ, ଅନନ୍ତ, ସନ୍ତୋଷ, ଶିବନ, ସୁଶାନ୍ତ ମୁଦୁଲି, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ସ୍ମିତା ସିଂ, ଇସା ମହାନ୍ତି, ଦ୍ରୌପଦୀ ଦେବୀ, ଶୁଭଶ୍ରୀ ବସନ୍ତାରା, ସ୍ନେହଲତା ମୁଦୁଲି ପରିଚାଳନା କରିଥିଲେ।

Share

Leave a Reply

Your email address will not be published. Required fields are marked *

one × two =