ଭୁବନେଶ୍ୱରରେ ଆଉ ୧୫ଶହ କୋଭିଡ଼ ବେଡ଼

ଭୁବନେଶ୍ୱର()  ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଦୁରୀ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ଆକ୍ରାନ୍ତ ଅଛନ୍ତି । ବସ୍ତି ଅଞ୍ଚଳରୁ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରୁ ୬୫୭ ଜଣ ଚିହ୍ନଟ ହୋଇଛନ୍ତି । ବସ୍ତିକୁ ହଟସ୍ପଟ ଜିଲ୍ଲାରୁ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯାଇଛି । ୬୭ଟି ୱାର୍ଡ଼ରେ ୱାର୍ଡ଼ ସଚେତକ କମିଟି ନିରୀକ୍ଷଣ କରୁଛନ୍ତି ବୋଲି ସେ କହିଛନ୍ତି ।

ଏହାସହ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱରରେ ଏବେ ଦିନକୁ ୧୪ଶହ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି । ସବୁ ୱାର୍ଡ଼ରେ ବିଏମସି ପକ୍ଷରୁ ସଚେତକ କମିଟି ରହିଛି । ସେହିପରି ବସ୍ତି ଅଞ୍ଚଳରେ ଭଲ ଭାବେ ଏନେଇ ନଜର ରଖାଯାଇଛି । ଏକ ସଚେତକ ଆପ୍ ଅଣାଯାଇଛି । ଯାହା ଦ୍ୱାରା ଅନେକ ଲାଭ ମିଳିପାରିବ । ଏହି ଆପକୁ ପ୍ରାୟ ୧୦ହଜାର ଲୋକେ ମଧ୍ୟ ଡାଉନଲୋଡ଼ କରିସାରିଲେଣି । ତାଲାବନ୍ଦ ନିୟମକୁ ଭଲ ଭାବେ ପାଳନ କରିବାକୁ ସେ କହିଛନ୍ତି । ବିଏମସି ଅଞ୍ଚଳରେ ୧୧ଜଣ ଆଇସିୟୁରେ ଓ ଭେଣ୍ଟିଲେଟରେ ୪ଜଣ ରହିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଆଉ ୧୫ଶହ କୋଭିଡ଼ ଶଯ୍ୟା ବୃଦ୍ଧି କରାଯିବ । ଏବେ ୬ଟି କୋଭିଡ଼ କେୟାର ହୋମରେ ୮୭୦ଟି ଶଯ୍ୟା ରହିଛି । ଭୁବନେଶ୍ୱରରେ ଏବେ ବି ୪ଟି ଜାଗାରେ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିଛି । ରାପିଡ଼ ରେସପନ୍ସ ଟିମ ସଂଖ୍ୟା ମଧ୍ୟ ୯ରୁ ୧୫କୁ ବୃଦ୍ଧି ପାଇଛି । ମାସ୍କ, ସାମାଜିକ ଦୂରତା ରକ୍ଷା କରିବା ଓ ସମସ୍ତ କୋଭିଡ଼ ନିୟମକୁ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧୮୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୬୩ଜଣ ସୁସ୍ଥ ହୋଇଛନ୍ତି ଓ ୧୧ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୯୫୨ଜଣ ଚିକିତ୍ସିତ ହେଉଛନ୍ତି ।ଆଜି ୧୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + six =