କରୋନା ପ୍ରୋଟୋକଲ ପାଳନ କରୁନାହାନ୍ତି ରାଜଧାନୀର ଅନେକ ହସ୍ପପିଟାଲ

ଭୁବନେଶ୍ୱର() ରାଜଧାନୀର ଅନେକ ହସ୍ପପିଟାଲ କରୋନା ପ୍ରୋଟୋକଲ ପାଳନ କରୁନାହାନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇ ନୋଟିସ କରାଯାଇଛି ବୋଲି ଗୁରୁବାର ଖବରଦାତା ସମ୍ମଳନୀରେ ଭୁବନେଶ୍ୱର ମହାନଗର ନିଗମ( ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ବୁଧବାର ଏକ ହସ୍ପିଟାଲକୁ ସିଲ କରାଯିବା ପରେ ଗୁରୁବାର ଯାଞ୍ଚ କରାଯାଇଥିଲା । ପ୍ରୋଟକଲ ପାଳନ ନେଇ ସ୍ପେଶାଲ ଟିମ ୧୦ଟି ହସ୍ପିଟାଲ ଯାଞ୍ଚ କରିଥିଲେ । କିଛି ହସ୍ପିଟାଲ ଠିକ ଭାବେ ପ୍ରୋଟୋକଲ ପାଳନ କରୁନଥିବା ଦେଖାଯାଇଛି । ସେମାନଙ୍କୁ ନୋଟିସ କରାଯାଇଛି । ସୁଧୁରିବାକୁ ତାଗିଦ କରାଯାଇଛି । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପାଳନ ନ କଲେ କାର୍ଯ୍ୟାନୁÂାନ ନିଆଯିବ । ହସ୍ପିଟାଲ ପ୍ରୋଟୋକଲ ମାନୁ ନ ଥିବାରୁ କର୍ମଚାରୀ ସଂକ୍ରମିତ ହେଉଛନ୍ତି ବୋଲି ବିଏମସି କମିଶନର କହିଥିଲେ ।

Share

Leave a Reply

Your email address will not be published. Required fields are marked *

four × five =