କାଉଣ୍ଟର କରିବାକୁ ଯାଇଁ ଅଡୁଆରେ ବିଜେପି ନେତା

ଭୁବନେଶ୍ବର (): ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାରେ ଶନିବାର ବିଜେଡି ଉଠାଇଥିବା ପ୍ରସଙ୍ଗକୁ କାଉଣ୍ଟର କରିବାକୁ ଯାଇ ଏବେ ବିଜେପି ଅଡୁଆରେ ପଡିଯାଇଛି । ବିଜେଡି ସାଂସଦ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ରାଜ୍ୟରେ ପାଖାପାଖି 30 ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଗ୍ୟାସ ଚୁଲା ଦିଆଯାଇଛି । ହିତାଧିକାରୀଙ୍କୁ ଗ୍ୟାସ ଚୁଲା ଦିଆଯିବା ଏବେ ବିଜେପିକୁ ଅଡୁଆରେ ପକାଇଦେଇଛି ।

ବିଜେପି ନେତା ୪ ଅଗଷ୍ଟ ୨୦୧୮ରେ ଏକ ପ୍ରେସ୍‍ମିଟ୍‍ ମାଧ୍ୟମରେ ସୂଚାଇଥିଲା ଯେ ଓଡ଼ିଶାର ପାଖାପାଖି ୩୦ଲକ୍ଷ ହିତାଧିକାରୀଙ୍କୁ ମାଗଣା ଗ୍ୟାସ୍‍ ଚୁଲା ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଗ୍ୟାସ୍‍ଚୁଲାର ଦାମ୍‍ ଆନୁମାନିକ ୫ ହଜାର ଟଙ୍କା ହୋଇଥିବା ବେଳେ ୩୦ ଲକ୍ଷ ହିତାଧିକାରୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ମାଗଣା ଗ୍ୟାସ୍‍ଚୁଲା ଓଡ଼ିଶାରେ ତୈଳ ମନ୍ତ୍ରାଳୟ ଦ୍ବାରା ବଣ୍ଟନ କରାଯାଇଛି । ଯଦି ବିଜେପି କଥା ସତ୍ୟ ହୋଇଥାଏ, ତେବେ ଏହା ସାଙ୍ଘାତିକ ।

ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ଅନ୍ତର୍ଗତ ମାଗଣା ଗ୍ୟାସ୍‍ଚୁଲା ଦେବାର କୌଣସି ପ୍ରାବଧାନ ନାହିଁ । ଉଜ୍ବଳା ଯୋଜନାରେ ହିତାଧିକାରୀ ନିଜ ଖର୍ଚ୍ଚରେ ଗ୍ୟାସ୍‍ଚୁଲା ଏବଂ ପ୍ରଥମ ଗ୍ୟାସ ଫିଲିଂ କିଣିବାକୁ ପଡିଥାଏ । ଯେଉଁମାନେ ନଗଦ ଅର୍ଥ ଦେଇନପାରନ୍ତି, ସେମାନେ ଗ୍ୟାସ୍‍ କମ୍ପାନୀମାନଙ୍କ ଠାରୁ ଋଣ ଆକାରରେ ଗ୍ୟାସ୍‍ ଚୁଲା ନିଅନ୍ତି, ଯାହାକି ପରବର୍ତ୍ତୀ ଅବସ୍ଥାରେ କିସ୍ତି ବାବଦ ଅର୍ଥ ସବ୍‍ସିଡି ଦ୍ବାରା ଭରଣା କରାଯାଏ । ଏଥିରୁ ସ୍ପଷ୍ଟ ଯେ ୩୦ଲକ୍ଷ ହିତାଧିକାରୀ ଓଡ଼ିଶାରେ ନିଜର ଖର୍ଚ୍ଚରେ ଗ୍ୟାସ ଚୁଲା କିଣିଥିଲା ବେଳେ ବିଜେପିର ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବାରୁ ଦୃଢ଼ୋକ୍ତି ଏକ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଏହି ୧୫୦୦ କୋଟି ଟଙ୍କାର ଗ୍ୟାସ୍‍ ଚୁଲା କିଣାଯାଇଥିଲା, ତେବେ ଏହି ୩୦ଲକ୍ଷ ଗ୍ୟାସ୍‍ ଚୁଲା କୁଆଡ଼େ ଗଲା? ଯଦି ଗ୍ୟାସ୍‍ ଚୁଲା କିଣାଯାଇନାହିଁ ତେବେ ୧୫୦୦ କୋଟି ଟଙ୍କା ଯାହା ଓଡ଼ିଶାରେ ତୈଳ ମନ୍ତ୍ରାଳୟ ଖର୍ଚ୍ଚ କରିଛି ବୋଲି ବିଜେପି ଦୃଢ଼ ଦାବି କରୁଛି, ସେ ୧୫୦୦ କୋଟି ଟଙ୍କା ଗଲା କୁଆଡ଼େ? ପ୍ରତ୍ୟେକ କଥାରେ ତଦନ୍ତ ଦାବି କରୁଥିବା ବିଜେପି ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ମାମଲାରେ ସିବିଆଇକୁ ସ୍ବାଗତ କରିଛି । ଏବେ ଏହି ୧୫୦୦ କୋଟି ଟଙ୍କାର ଗ୍ୟାସ୍‍ ଚୁଲା କିଣା ଅନିୟମିତତାର ବିଜେପି ତଦନ୍ତ ଦାବି କରିବକି? ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − eighteen =