ବିଜେଡି ଲୋକଙ୍କ ସହ, ଲୋକଙ୍କ ପାଇଁ

ଭୁବନେଶ୍ବର () ବିଜେଡି ସାଧାରଣ ଲୋକଙ୍କ ପାଇଁ ଓ ସାଧାରଣ ଲୋକଙ୍କ ସହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବାର୍ତ୍ତାକୁ ବିଜେଡି ବିଧାୟକମାନେ ଅକ୍ଷରେ ଅକ୍ଷରେ ପାଳୁଛନ୍ତି । ଏହାର ଏକ ଉଦାହାରଣ ଦେଖିବାକୁ ମିଳିଛି ମାଲକାନିଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ । ବର୍ଷାରେ ଧୋଇ ହୋଇଯାଇଥିବା ଚିତ୍ରକୋଣ୍ଡା ବ୍ଲକର ଖବରପୁଟ-ମାଝୀଗୁଡା ରାସ୍ତାର ମରାମତି ପାଇଁ ନିଜେ ବିଧାୟକ ମାଟି କାଦୁଅ ଲଟରପଟର ହୋଇଛନ୍ତି ।

ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡିଆ ଅଂଚଳ ହୋଇଥିବାରୁ ଅଧିକାଂଶ ଅଞ୍ଚଳରେ ଫ୍ଲାସ ଫ୍ଲଡ ହୋଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ରାସ୍ତାଘାଟ ଧୋଇ ହୋଇଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖବରପୁଟ-ମାଝୀଗୁଡା ରାସ୍ତାରେ । ବର୍ଷାରେ ରାସ୍ତା ଧୋଇ ହୋଇଯାଇଛି । ଫଳରେ ସ୍ଥାନୀୟ ଲୋକଙ୍କ ଯାତାୟତ ପ୍ରଭାବିତ ହୋଇଛି ।

ଏହି ଖବର ପାଇ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା । ବନ୍ୟାରେ ରାସ୍ତା ଧୋଇହୋଇଯିବାରୁ ବିଧାୟକ ନିଜର ସବୁ ଅହଂକାରକୁ ତ୍ୟାଗ କରି ନିଜେ ରାସ୍ତା ମରାମତି ପାଇଁ ଆଗେଇ ଆସିଲେ । ବିଧାୟକ ନିଜେ ରାସ୍ତା ମରାମତି ପାଇଁ ବାହାରିବାରୁ ଗ୍ରାମବାସୀ ବି ସହଯୋଗ ପାଇଁ ଓହ୍ଲାଇ ଆସିଲେ । ନିଜେ ବିଧାୟକ ମାଟି ହାଣି ପଥର ଖଣ୍ଡ ପକାଇ ରାସ୍ତା ମରାମତି କାମରେ ଲାଗିଗଲେ । ଚାହୁଁଚାହୁଁ ବନ୍ୟାପାଣିରେ ଧୋଇହୋଇଥିବା ରାସ୍ତା ତିଆରି ହୋଇଗଲା ।

ବିଧାୟକ କି ନେତା ହୋଇ ଧଳା ପୋଷାକ ପିନ୍ଧିବା ପରେ ଅନେକ ସମୟରେ ଜନପ୍ରତିନିଧିଙ୍କର ଅହଂକାର ଏତେ ବଢିଯାଏ ଯେ ସେମାନେ ସାଧାରଣ ଲୋକଙ୍କ ଦୁଃଖ ବୁଝିବାତ ଦୂରର କଥା, ମଳିମୁଣ୍ଡିଆ ଗାଁଲୋକଙ୍କୁ ଦେଖିଲେ ଦୂରଦୂର ମାରମାର କରନ୍ତି । କିନ୍ତୁ ଅନ୍ୟ ଦଳର ବିଧାୟକ ଓ ନେତାଙ୍କ ଠାରୁ ବିଜେଡି ବିଧାୟକ ଓ ନେତାମାନେ ହଟକେ । ଏହାର ଉଦାହାରଣ ନିଜେ ଚିତ୍ରକୋଣ୍ଡା ବିଧାୟକ । ବୋଧହୁଏ ଲୋକଙ୍କ ସହ ଓ ଲୋକଙ୍କ ପାଇଁ କାମ କରିବାର ଏହି ମାନସିକତା ପାଇଁ ଏକପ୍ରକାର କଂଗ୍ରେସ ଗଡ ଥିବା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀକୁ ବିଜେଡି ଗତ ବିଧାନସଭା ନିର୍ବାଚନରେ ହାତେଇଛି ।

୧୭୭୭ରୁ ୨୦୧୪ ମଧ୍ୟରେ ହୋଇଥିବା ୯ଟି ନିର୍ବାଚନରେ କଂଗ୍ରେସ ଏହି ଆସନକୁ ୫ଥର ହାତେଇ ଥିଲା । ୨୦୦୪ରେ ବିଜେପି-ବିଜେଡି ମେଣ୍ଡରେ ଏହି ଆସନଟି ବିଜେପି ଭାଗରେ ପଡିଥିଲା । ଫଳରେ ବିଜେପି ବିଧାୟକ ଭାବେ ପ୍ରହଲ୍ଲାଦ ଦୋରା ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୪ରେ ବିଜେଡି ଏହି ଆସନଟିକୁ ବିଜେଡି ଛଡେଇ ଆଣିଥିଲା । ବିଜେଡି ବିଧାୟକମାନେ ସବୁବେଳେ ଲୋକଙ୍କ ସହ ରହିବାକୁ ନବୀନ ଦେଇଥିବା ଗୁରୁମନ୍ତ୍ରକୁ ପାଳନ କରୁଥିବାରୁ ଆଜି ବିଜେଡି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇଛି । ଏହାହିଁ ବିଜେଡି ସଫଳତାର ମନ୍ତ୍ର ।

Share

Leave a Reply

Your email address will not be published. Required fields are marked *

twenty − 7 =