ଆଶାୟୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଟିକେଟ ବଣ୍ଟାଯିବ

ଭୁବନେଶ୍ବର () ଦିନକୁ ଦିନ ଓଡିଶାରେ ଆଶାୟୀଙ୍କ ସଂଖ୍ୟା ବଢୁଛି । ସବୁ ଜିଲ୍ଲାରେ ଏକାଧିକ ଆଶାୟୀ ଥିବାରୁ ଟିକେଟ ବଣ୍ଟନ ସମୟରେ ଦଳରେ ଅସନ୍ତୋଷ ବଢିବାର ଆଶଙ୍କା ରହିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟିକେଟ ବଣ୍ଟନରେ ସମସ୍ତଙ୍କୁ ଉଚିତ ପ୍ରାଧାନ୍ୟ ଦିଆଯିବ । ସବୁ ଆଶାୟୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଟିକେଟ ବଣ୍ଟାଯିବ । ଏହାଦ୍ବାରା ଦଳରେ କୌଣସି ଅସନ୍ତୋଷ ସୃଷ୍ଟି ହେବନି । ଏଥିସହିତ ନବୀନ ପଟ୍ଟନାୟକ ପୁଣି ଥରେ ବିଜେଡିର ପ୍ରଦର୍ଶନ ନେଇ ଦୃଢ ଆଶାବାଦୀ ଅଛନ୍ତି ।

ଗତକାଲି ମୁଖ୍ୟ ନିର୍ବାଚନ କମିଶନ ଓଡିଶା ସମେତ ଅନ୍ୟାନ ରାଜ୍ୟରେ 2019 ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଓଡ଼ିଶାରେ ୪ଟି ପର୍ୟ୍ୟାୟରେ ମତଦାନ ହେବ । ଏହି ଘୋଷଣା ପରେ ଆଜି ସକାଳୁ ନବୀନ ନିବାସରେ ଆଶାୟୀଙ୍କ ଭିଡ ଲାଗିଛି । ମୁଖ୍ୟମନ୍ତ୍ରୀ ମଧ୍ୟ କିଛି ଅଂଚଳର ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି ।  ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ବୋଲି କହିବା ସହ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ୩ ସାଂସଦ । କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ଯାଜପୁର ସାଂସଦ ରୀତା ତରାଇ ଓ ବରଗଡ଼ ସାଂସଦ ପ୍ରଭାସ ସିଂ ନବୀନଙ୍କୁ ଭେଟିଛନ୍ତି।

ତେବେ ଲଗାତାର ୪ ଥର ନିର୍ବାଚନ ଜିତିବା ପରେ ଏଥର ୫ମ ଥର ପାଇଁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଚନ୍ତି ନବୀନ । ଗୋଟିଏ ପଟେ ପୁଲୱାମା ପରେ ମୋଦିଙ୍କ ହାୱା ଆଉ ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ନୂଆ ଜୋଶ ନେଇ କଂଗ୍ରେସର ରଣନୀତି, ଆଉ ତା ଭିତରେ ସ୍ୱଚ୍ଛ ରାଜନୀତି ଓ ଓଡିଶା ବିକାଶର ନାରା ଦେଇ ନିର୍ବାଚନ ଲଢିବାକୁ ଯାଉଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

20 − fourteen =