ଗିରଫ ହେଲେ ମହାରଥୀ

ପୁରୀ() ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଫ୍ଲାଇଂ ସ୍କ୍ୱାଡ୍ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପିପିଲି ଥାନା ପୁଲିସ୍ ଗିରଫ କରିଛି। ପୁଲିସ୍ ପ୍ରଥମେ ମହାରଥୀଙ୍କୁ ପିପିଲି ଥାନାରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।
ମହାରଥୀଙ୍କ ବିରୋଧରେ, ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଏବଂ ଲୋକପ୍ରତିନିଧି ଆଇନର  ଦଫା ୧୭୧ ବି, ୧୮୬ ଏବଂ ଆଇପିସି ୧୨୩ ଆଧାରରେ ପିପିଲି ପୋଲସ ମହାରଥୀଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢ଼ଉ କରିବାକୁ ଯାଇଥିଲା। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଥିଲେ।

ଏଥିରେ ସେ ନିଜେ ଆହତ ହେବା ସହ ଏଏସ୍ଆଇ ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଥିବା କହିଥିଲେ । ସେହିପରି ଫ୍ଲାଇଂ ସ୍କ୍ୱାଡ୍ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗିଦେଇଥିବା ସୂଚନା ମିଳିଥିଲା। ଆହତ ମାଜିଷ୍ଟ୍ରେଟ୍ଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Share

Leave a Reply

Your email address will not be published. Required fields are marked *

11 − 9 =