ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କଲେ ବିଜେଡି କର୍ମୀ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅସମ୍ମାନର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

ସେପଟେ ପୁରୀରେ ମଧ୍ୟ ଦୃଢ଼ ପ୍ରତିବାଦ କରିଛି ବିଜେଡି । ବ୍ୟାନରରେ ଶ୍ରୀଜଗନ୍ନାଥଙ୍କ ନାମ ତ୍ରୁଟିକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଦୃଢ ପ୍ରତିବାଦ ହୋଇଛି । ମାର୍କେଟ ଛକରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ପୁରୀ ଆସି ନିସର୍ତ୍ତ କ୍ଷମା ପ୍ରାଥନା କରିବାକୁ ଦାବି କରିଛି ବିଜେଡି ।

Share

Leave a Reply

Your email address will not be published. Required fields are marked *

5 × one =