ବିଜେଡ଼ି ନେତାଙ୍କୁ ଗୁଳି

ଢ଼େଙ୍କାନାଳ: ବିଚ୍ ରାସ୍ତାରେ ଗୁଳି କରି ହତ୍ୟା । ବିଜେଡି ନେତାଙ୍କୁ ମାରିଦେଲେ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବରୁଅାଁ ପଞ୍ଚାୟତର ସମିତିସଭ୍ୟ ଦୀପକ ମହନ୍ତଙ୍କୁ ଗୁଳି କରି ହତ୍ୟା । ତେବେ କିଏ ଏବଂ କାହିଁକି ତାଙ୍କୁ ଗୁଳି କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତନାଘନା ଚଳାଇଛି । ସେପଟେ ଦୀପକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଥାଉକି, ଶୁକ୍ରମାର ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ଦୀପକ । ଜାମୁଝରୀ ଛକ ନିକଟରେ ଅଚାନକ ତାଙ୍କ ଉପରକୁ ହୋଇଥିଲା ଗୁଳିମାଡ଼ । ତାଙ୍କୁ ଗୁଳିମାଡ଼ କରିବା ପରେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ଖସି ପଳାଇଥିଲେ । ସ୍ଥାନୀୟ ଲୋକେ ଦୀପକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୀପକ ବରୁଅାଁ ପଞ୍ଚାୟତ ସମିତିସଭ୍ୟ ଥିବା ବେଳେ ତାଙ୍କ ସ୍ତ୍ରୀ ସରପଞ୍ଚ ରହିଛନ୍ତି । ତେବେ କୌଣସି ରାଜନୈତିକ ହିଂସା ଯୋଗୁଁ ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସେପଟେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମଧ୍ୟ ଅତି ଘନିଷ୍ଠ ଥିଲେ ଦୀପକ ।

Share

Leave a Reply

Your email address will not be published. Required fields are marked *

5 × 5 =