ସବିତା ରାଉତଙ୍କୁ ବିଜେଡି ସୁପ୍ରିମୋଙ୍କ ବଡ଼ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ୟାସନଗର ପୂର୍ଵତନ ନଗରପାଳ ଶ୍ରୀମତୀ ସବିତା ରାଉତ ଉପରେ ଆସ୍ଥା ପ୍ରକଟ କରି ଯାଜପୁର ଜିଲା ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀମତୀ ରାଉତ ବ୍ୟାସନଗର ପୌର ପରିଷଦର ବିକାଶ କରି ଜଣେ ଟାଣୁଆ ସାଲିସ ବିହୀନ ନାରୀନେତ୍ରୀ ଦକ୍ଷତା ସହ ନଗରପାଳ କାଯ୍ୟ ସମ୍ପାଦନ କରି ସହର ବକ୍ଷସିଙ୍କ ପ୍ରିୟ ଭାଜନ ହୋଇଛନ୍ତି । ସେ ସାଲିସ ବିହୀନ ନାରୀ ନେତ୍ରୀ ନିର୍ଭୀକ ସ୍ୱାଧୀନ, ଚିନ୍ତାଧରା ନାରୀ ନେତ୍ରୀ ହୋଇଥିବାରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ମହିଳା ସଂଗଠନର ଦାୟିତ୍ୱ ଦେଇଛନ୍ତି । ଶ୍ରୀମତୀ ରାଉତ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ. ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣୟ କୁମାର ଦାସ ସମେତ ଯାଜପୁର ଜିଲାର ସମସ୍ତ ବିଧାୟକ ଓଏମପିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − one =