ରୁଦ୍ର ମହାରଥୀ ପିପିଲି ବିଜେଡି ପ୍ରାର୍ଥୀ

ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା | ପିପିଲି ଉପ-ନିର୍ବାଚନ ପାଇଁ ରୁଦ୍ରପ୍ରତାପ ମହାରଥୀଙ୍କ ନାମରେ ବିଜେଡି ମୋହର ଲାଗିଛି । ବିଜେଡ଼ି ଦଳ ତରଫରୁ ରୁଦ୍ରପ୍ରତାପଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |ଏଥିସହ ପିପିଲିରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ଏଥିସହ ରୁଦ୍ରଙ୍କୁ ଆଗରେ ରଖି ଏଥର ବିଜେଡି ପିପିଲି ଉପ ନିର୍ବାଚନ ଲଢିବ ବୋଲି ପକ୍କା ହୋଇଯାଇଛି ।

ଅନ୍ୟପକ୍ଷେ ପିପିଲି ଉପନିର୍ବାଚନ ପାଇଁ ଆଜି ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ତେବେ ଆଶ୍ରିତ ନାମାଙ୍କନ ଦାଖଲ କରିବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଥିଲେ । ସେଠାରେ ସେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − two =