ବାଇ-ଲ ନେଇ ପ୍ରତିକ୍ରିୟା ରଖିଲେ ବିଜେଡ଼ି-ବିଜେପି

ପୁରୀ: ପୁରୀ ଶ୍ରୀମନ୍ଦିର ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବାଇ-ଲ ଜାରି କରିବା ପରେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପାଇଁ ଅସାଧାରଣ କାମକୁ କେନ୍ଦ୍ର ସରକାର ବାଧା ପଂହଚାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଦିନ ରାତି କାମ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ଏଭଳି ବାଇ-ଲ କୁ ସେ ବିରୋଧ କରିଛନ୍ତି ।

ସେହିଭଳି ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଏନଏମଏର ଗାଇଡଲାଇନ ପୁରୀ ପାଇଁ ପ୍ରଯୁଜ୍ୟ ନୁହେଁ । ଏହା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ । ପୁରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ବିଚାର କରିବା ଆବଶ୍ୟକ। । ଭାରତ ବର୍ଷର ଅନ୍ୟ ମନ୍ଦିର ସାଙ୍ଗରେ ପୁରୀ ମନ୍ଦିରକୁ ତୁଳନା କରିବା ଉଚିତ ନୁହେଁ । ଶ୍ରୀ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଦେବତା, ଏଠି ଅନ୍ୟ କୌଣସି ଆଇନକାନୁନ ଲାଗୁ ହେବ ନାହିଁ ।

Share

Leave a Reply

Your email address will not be published. Required fields are marked *

14 + 5 =