ବିଜେଡି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଜବାଜ ହୋଇଛି ବିଜେଡ଼ି । ଗତକାଲି ୩୦ଟି ଯାକ ଜିଲ୍ଲା ଲାଗି ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଆଜି ମହିଳା କମିଟି ଗଠନ ହୋଇଛି । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଂଜୁଲତା ମଣ୍ଡଳ, ରୀତା ତରାଇଙ୍କୁ ଦାୟିତ୍ୱ ଦିଆଯାଇଛି । ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ମଧ୍ୟ ମିଳିଛି ଦାୟିତ୍ୱ । କାର‌୍ୟ୍ୟକାରୀ ସଭାପତି ଭାବେ ୩ଜଣଙ୍କୁ ନିଯୁକ୍ତି ମିଳିଛି । ସୁଭୁସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତି ଦିଆଯାଇଛି ଦାୟିତ୍ୱ ।

ସାଧାରଣ ସମ୍ପାଦିକା ଭାବେ କସ୍ତୁରୀ ମହାପାତ୍ରଙ୍କୁ ମିଳିଛି ଦାୟିତ୍ୱ । ୭ଜଣଙ୍କୁ ଜୋନ ସଭାପତି ଭାବେ ନିଯୁକ୍ତି ମିଳିଛି । ବରିଷ୍ଠ ଉପସଭାପତି ଭାବେ ୯ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ୨୭ଜଣଙ୍କୁ ମିଳିଛି ଦାୟିତ୍ୱ । ଜେନେରାଲ ସେକ୍ରେଟାରୀ ଭାବେ ୩୫ଜଣଙ୍କୁ ନିଯୁକ୍ତି । ସମ୍ପାଦିକା ଭାବେ ୩୬ଜଣଙ୍କୁ ଦିଆଯାଇଛି ନିଯୁକ୍ତି । ଯୁଗ୍ମ ସମ୍ପାଦିକା ଭାବେ ୨୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କାର‌୍ୟ୍ୟନିର୍ବାହୀ ସଦସ୍ୟ ଭାବେ ୬୯ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

11 + eight =