୧୩ ସଦସ୍ୟଙ୍କ ସମର୍ଥନ ପାଇ ଅଧ୍ୟକ୍ଷ ପଦ ନିର୍ବାଚନରେ ବାଜିମାରିଲା ବିଜେଡି

ରାୟଗଡ () ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବାଜିମାରିଲା ବିଜେଡି । ମୋଟ ୧୩ ସଦସ୍ୟଙ୍କ ସମର୍ଥନ ପାଇ ଅଧ୍ୟକ୍ଷ ପଦ ନିର୍ବାଚନରେ ବାଜିମାରିଲା ବିଜେଡି । ୧୯ ଜଣଙ୍କ ମଧ୍ୟରୁ ବିଜେଡିର ଗଙ୍ଗାଧର ପୁଆଲାଙ୍କ ସପକ୍ଷରେ ୧୩ ସଦସ୍ୟ ରହିଛନ୍ତି । ହ୍ୱିପ ଅମାନ୍ୟ କରି ବିଜେପିର ୨ ଜଣ ସଭ୍ୟ ବିଜେଡିକୁ ଭୋଟ ଦେଲେ । କଂଗ୍ରେସରୁ ୪ ଜଣ ସଦସ୍ୟ ମଧ୍ୟ ବିଜେଡିକୁ ଭୋଟ ଦେଇଥିବା ସୂଚନା ମିଳିଛି । ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କଂଗ୍ରେସ ହାତରେ ଥିଲା । ତେବେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ଏହି ପଦବୀ ।

Share

Leave a Reply

Your email address will not be published. Required fields are marked *

18 − three =