ଉଚ୍ଚ ଶିକ୍ଷା କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା

ଭୁବନେଶ୍ବର()   ଏଣିକି ଠକି ପାରିବେନି ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀ । କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ । କାର୍ୟ୍ୟାଳୟକୁ ଆସିବା ଏବଂ ଯିବା ସମୟରେ କର୍ମଚାରୀଙ୍କୁ ବାୟୋମେଟ୍ରିକ୍ ଦେବାକୁ ପଡିବ । ଯେଉଁ କର୍ମଚାରୀ ବାୟୋମେଟ୍ରିକ୍ ନଦେବେ ସେହି ଦିନକୁ ଅନୁପସ୍ଥିତ ଭାବେ ଗଣାଯିବ । ଘଂଟା ହିସାବ କରି ଅଫିସ ଛାଡିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀମାନେ ସକାଳ ୧୦.୩୦ ସୁଦ୍ଧା ଆଟେଣ୍ଡାନ୍ସ ଦେବେ। ସେହିପରି ସଂଧ୍ୟା ୫ଟାରେ ପଞ୍ଚ ଆଉଟ୍ କରି ବାହାରିବେ ନ ହେଲେ ସାଢ଼େ ୭ ଘଣ୍ଟା ହୋଇଗଲେ ଅଫିସରୁ ବାହାରି ପାରିବେ। ୧୦ଟା ୩୦ ପରେ ଓ ୧୧ଟା ପୂର୍ବରୁ ପଞ୍ଚ ଇନ୍ କଲେ ଲେଟ୍ ଆଟେଣ୍ଡାନ୍ସ ଭାବେ ବିବେଚନା କରାଯିବ ବୋଲି ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି। ଏମିତି ହେଲେ ସଂପୃକ୍ତ କର୍ମଚାରୀ କାଜୁଆଲ୍ ଲିଭ୍ ପାଇଁ ଆବେଦନ କରିବେ। ଏଭଳି ଭୁଲ୍ ୩ ଦିନ ଯାଏ ଗ୍ରହଣୀୟ ହେବ। ତା’ ପରେ ହେଲେ ଅନୁପସ୍ଥିତି ଭାବେ ବିଚାର କରାଯିବ। ଦିନ ୧୧ଟା ପରେ ଆଟେଣ୍ଡାନ୍ସ ପଡ଼ିଲେ ଛୁଟି ବୋଲି ଗ୍ରହଣ କରାଯିବ।

Share

Leave a Reply

Your email address will not be published. Required fields are marked *

7 − 2 =