ପୋଲିସ ଆଗରେ ଡ୍ରାମା କରି ଫସିଲେ ବିଲଡର

ଲକ୍ଷଲକ୍ଷ ଟଙ୍କା ହାତ ଉଦ୍ଧାରୀ କରି ଲୋକଙ୍କୁ ଠକି ଥିବା ଜଣେ ବିଲଡର ଏହି ଲୋକ ମାନଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କିପରି ପୋଲିସ ସାହାଯ୍ୟ ନେବାକୁ ଅଭିନବ ଉଦ୍ୟମ କରିପାରେ ତାର ଏକ ଚାଂଚଲ୍ୟକର ଓ ରହସ୍ୟ ଜନକ ଘଟଣା ଖୋଦ ପୋଲିସ ବିଭାଗକୁ ଟେରା କରିଦେଇଛି । । ଘଟଣାଟି ଘଟିଛି ଏମିତି । ଗତ କିଛିଦିନ ତଳେ ଅନମୋଲ ସିଂ ନାମକ ଜଣେ ବିଲଡରଙ୍କ ଗାଡି ଉପରକୁ କିଛି ଦୁର୍ବୁର୍ତ ଗୁଳି ମାଡ କରିଥିବା ଖବର ପ୍ରକାଶ ପାଇଥିଲା । ଏଥିରେ ବିଲଡର ଜଣଙ୍କ ଅଳ୍ପକେ ବର୍ତର୍ୀ ଯାଇଥିଲେ ମଧ୍ୟ ତାଙ୍କ ଡା୍ରଇଭର ଆହତ ହୋଇଥିଲେ । ଏ ସମ୍ପର୍କରେ ବିଳଡରଙ୍କ ପକ୍ଷରୁ ପୋଲିସାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ଯାହା ଜାଣିବାକୁ ପାଇଲା ସେଥିରେ ପୋଲିସ ବିଭାଗର କର୍ମକର୍ତା ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଲଡର ଶ୍ରୀ ସିଂ ଧାର କରିଥିବା ଲୋକ ମାନଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ସୁରକ୍ଷା ଭିତରେ ରହିବାକୁ ଯୋଜନା କରି ଏଭଳି ନାଟକ ରଚନା କରିଥିଲେ । ସେ ନିଜେ କିଛି ଭଡାଟିଆ ଲୋକଙ୍କୁ ନିଯୁକ୍ତ କରି ତାଙ୍କ ଗାଡି ଉପରକୁ ଗୁଳି ମାଡ କରିବା ପାଇଁ ସୁପାରୀ ଦେଇଥିଲେ ଏବଂ ଏଥିରେ କାହାର ଯେପରି କ୍ଷତି ନହୁଏ ସେଥିପ୍ରତି ସତର୍କ ରହିବାକୁ ସେମାନଙ୍କୁ ନିଦେ୍ର୍ଧଶ ଦେଇଥିଲୋ ଏହି ଘଟଣା ଘଟିବା ପରେ ବିଲଡର ଜଣକ ପୋଲିସରେ ଏତଲା ଦେଇ ଜଣଙ୍କ ତାଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ପୋଲିସ ଘଟଣାର ଛାନଭିନ କରି ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ନିଜେ ବିଲଡର ଏଭଳି ପ୍ଲଟ ତିଆରି କରିଥିଲେ । ଏ ଘଟଣା ଜଣାପଡିବା ପରେ ପୋଲିସ ବିଲଡର ସମେତ ତାର ୫ଜଣ ସହଯୋଗୀଙ୍କୁ ଗିରଫ କରି ଏବେ ଜେଲ ହାଜତକୁ ପଠାଇ ଦେଇଛି । ବର୍ତମାନ ବିଲଡରକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବା ପାଇଁ ଯୋଜନା କରିଛି । ଏହି ବିଲଡର ଜଣକ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ନେଇ ସେମାନଙ୍କୁ ଠକିବା ଓ ସେମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ପୋଲିସ ସୁରକ୍ଷା ଭିତରେ ରହିବା ଉଦେ୍ଧଶ୍ୟରେ ରହିବା ପାଇଁ ଏଭଳି ନାଟକ କରିଥିଲା ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

18 − 4 =