୫ରୁ ୨୦ ଯାଏଁ ବିଜେଡି ପାଳିବ ବିଜୁ ଜୟନ୍ତୀ

ଭୁବନେଶ୍ୱର() ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜନ୍ମ ଦିବସ । ତାଙ୍କରି ଆଭିମୁଖ୍ୟ ଓ ଆଦର୍ଶରେ ପ୍ରତିÂିତ ବିଜୁ ଜନତା ଦଳ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାର ଜନସାଧାରଣଙ୍କ ସହିତ ଏହା ପାଳନ କରିବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ଏ ବର୍ଷ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ମାର୍ଚ୍ଚ ୫ ଠାରୁ ମାର୍ଚ୍ଚ୨୦ ତାରିଖ ଯାଏଁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳିତ ହେବ । ସକି୍ରୟ ସଭ୍ୟମାନଙ୍କର ବୈଠକ ବ୍ଲକ ଓ ପୌରାଂଚଳରେ ଆୟୋଜନ କରାଯାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ଦୁଇ ଦଶନ୍ଧିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ । ବିଜୁ ବାବୁଙ୍କ ଜୟନ୍ତୀଠାରୁ ତିରୋଧାନ ଦିବସ ଏପି୍ରଲ ୧୭ ତାରିଖ ମଧ୍ୟରେ ବିଜେଡିର ଯୁବ ଏବଂ ଛ୍ରାତ ସଙ୍ଗଠନ ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ ଆୟୋଜନ କରାଯିବ । ଏଥିରେ ଦଳର ସମସ୍ତ କର୍ମକର୍ତ୍ତା, ସଦସ୍ୟ ସଦସ୍ୟା, ଯୁବ, ଛାତ୍ର ମହିଳା ଓ ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନମାନେ ସାମିଲ ହେବେ ।

ବିଜୁବାବୁ ଓଡିଶା ବିକାଶର ମହାନାୟକ । ତାଙ୍କର ଦର୍ଶିତ ମାର୍ଗରେ ଆଜି ସବୁ ବାଧକକୁ ଅତିକ୍ରମ କରି ବିକାଶର ଅବିରତ ଯାତ୍ରା ଆଗେଇ ଚାଲିଛି । ଦାରିଦ୍ର୍ୟ ଦୂରୀକରଣ ସହିତ ସାମାଜିକ ସୁରକ୍ଷା, ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ, ଭିତ୍ତିଭୂମିର ଉନ୍ନତି ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନକୁ ଆହୁରି ଉତ୍ତରଦାୟୀ,ସ୍ୱଚ୍ଛ ଏବଂ ଲୋକାଭିମୂଖୀ କରିବା ପାଇଁ ୫-ଟି ମନ୍ତ୍ର ସହିତ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ବିଜୁ ବାବୁଙ୍କ ଜନ୍ମତିଥିରୁ ଆରମ୍ଭ କରି ଏହି ଦୁଇ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ଗ୍ରାମାଂଚଳରେ ପକ୍କା ଘର ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ଏବଂ ସହରାଂଚର ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯିବ । ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଦଳ ମହିଳା ସଙ୍ଗଠନ ପକ୍ଷରୁ ପ୍ରତି ନିର୍ବାଚନ ମଣ୍ଡଳିରେ ମହିଳା ସମାବେଶ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ ଜଣ ସଫଳ ମହିଳାଙ୍କୁ ସମ୍ମାନୀତ କରାଯିବ । ଏହା ସହିତ ମହିଳା ଶସକ୍ତିକରଣରେ ବିଜୁ ବାବୁଙ୍କ ଅବଦାନ ଓ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନକାଳରେ ମହିଳା ମାନଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବ । ଏହି ପକ୍ଷ ପାଳନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଭିଡିଓ ଓ ଫଟୋ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବା ପାଇଁ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ଦଳ ପକ୍ଷରୁ ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 1 =