ବିଜୟ ଶର୍ମା ନୂଆ ପୋଲିସ ଡିଜି

ଭୁବନେଶ୍ୱର () ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ପୋଲିସ ଡିଜି ଦାୟିତ୍ଵରେ ରହିବେ । ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ତାଙ୍କୁ ଏହି ଦାଇତ୍ୱ ମିଳିଛି । ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ଛୁଟିରେ ଯିବାରୁ ତାଙ୍କ ସ୍ଥାନରେ ଅଗ୍ନିଶମ ଡିଜିଙ୍କୁ ଡିଜିପି ଦାଇତ୍ୱ ଦିଆଯାଇଛି ।

ରାଜ୍ୟ ସରକାର ଡିଜିଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ ନୂଆ ଡିଜିଙ୍କୁ ଦାଇତ୍ୱ ଦେବାକୁ ନିର୍ବାଚନ କମିଶନଙ୍କ ଅନୁମତି ମାଗିଥିଲେ । ଏଥିପାଇଁ ନିର୍ବାଚନ କମିଶନଙ୍କୁ ସରକାର ତିନି ଜଣ ଡିଜି ପାହ୍ୟା ଅଫିସରଙ୍କ ନାଁ ସୁପାରିଶ କରିଥିଲେ । ସେ ମଧ୍ୟରୁ ନିର୍ବାଚନ କମିଶନ ବିଜୟ ଶର୍ମାଙ୍କୁ ଦାଇତ୍ୱ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × four =