ସକାଳ ୧୦ରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ଆଜି ସକାଳ ୧୦ଟା ସମୟରେ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଦୃତଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନଜରରେ ରଖି କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ଏ ନେଇ ମେ ୨ତାରିଖ ଦିନ ସକାଳ ୧୦ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଜିର ଗୁରୁତ୍ବପୂର୍ଣ୍ଣ ଘୋଷଣାରେ ରାଜ୍ୟରେ ଲକ୍ ଡାଉନ୍ ଓ ସଟଡାଉନ୍ ନେଇ କିଛି ଘୋଷଣା ମଧ୍ୟ ହୋଇପାରେ । ତେବେ ରାଜ୍ୟ ସରକାରଙ୍କ ଏହି ବଡ଼ ଘୋଷଣା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

Share

Leave a Reply

Your email address will not be published. Required fields are marked *

sixteen − 1 =