ବ୍ରିକି ହୋଇଥିବା ଶିଶୁ ପୁତ୍ରକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଶିଶୁ ବିକ୍ରି କରୁଥିବାର ଚିତ୍ର । ଜଣେ ୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା । ସୋସିଆଲ ମିଡିଆରେ ପ୍ରଥମେ ଏହି ଖବର ଭାଇରାଲ ହୋଇଥିଲା । ଏହାପରେ ତତ୍ପର ହୋଇଥିଲା ଚାଇଲ୍ଡ ଲାଇନ୍ । ସନ୍ତାନ ସନ୍ତତି ହେଉନଥିବା ଜଣେ ମହିଳା ୧୦ ହଜାର ଟଙ୍କାରେ ଶିଶୁଟିକୁ କିଣିଥିଲେ । ଆଜି ୟୁନିଟ୍ ୩ ମାଳିସାହିରୁ ଏହି ଶିଶୁପୁତ୍ରଟିକୁ ଉଦ୍ଧାର କରାଯାଇଛି । ଶିଶୁ ପୁତ୍ରକୁ ଉଦ୍ଧାର କରିବା ଲାଗି ପୋଲିସ ଓ ଚାଇଲ୍ଡ ଲାଇନ ମିଳିତ ଭାବେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡକୁ ଯାଇ ଅନୁସନ୍ଧାନ କରିଥିଲା ।

Share

Leave a Reply

Your email address will not be published. Required fields are marked *

20 − ten =