ମଦ୍ୟପ ଡ୍ରାଇଭରଙ୍କ ଉନ୍ମୁକ୍ତକାଣ୍ଡ, ଦାବିଲଦାରଙ୍କ ଉପରେ ଚଢ଼ାଇଲା ଗାଡ଼ି

ଭୁବନେଶ୍ୱର: ଭୁବନେଶ୍ଵର କଳ୍ପନା ଛକରେ ଅଘଟଣ। ଚେକିଂ ବେଳେ ହାବିଲଦାରଙ୍କ ମୁଣ୍ଡରେ ଅଟୋ ଚଢାଇ ଦେଲା ଜଣେ ମଦ୍ୟପ ଚାଳକ। ହାବିଲଦାର ସରୋଜ କୁମାରଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ସପ୍ତାହନ୍ତ ସଟଡାଉନ୍ ହୋଇଥିବାରୁ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ ଜାରି ରହିଛି । ଏହି ମଧ୍ୟରେ ଭୁବନେଶ୍ଵର କଳ୍ପନା ଛକରେ ଚେକିଂ ଚାଲିଥିବା ବେଳେ ଅଘଟଣ ଘଟିଛି । ସକାଳ ସମୟରେ କଲ୍ପନା ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ଅଟକାଇବା ବେଳେ ଜଣେ ହାବିଲଦାର ତଳେ ପଡିଯାଇଥିଲେ । ଏହି ସମୟରେ ମଦ୍ୟପ ଅଟୋ ଚାଳକ ଜଣଙ୍କ ହାବିଲଦାରଙ୍କ ମୁଣ୍ଡରେ ଅଟୋ ଚଢାଇ ଦେଇଥିଲେ ।

ଗୁରୁତର ହାବିଲଦାର ଜଣଙ୍କ ହେଲେ ମେଜର ସରୋଜ କୁମାର ପ୍ରଧାନ । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଟୋ ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

ten − six =