ରାଜଧାନୀରେ ଗୁଳି ମାଡ, ପୁଅ ମୃତ, ବାପ ଗୁରୁତର

ଭୁବନେଶ୍ୱର() ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ଭୁବନେଶ୍ୱର ଖଣ୍ଡଗିରି ବାହାଦୂରପୁର ଅଞ୍ଚଳରେ ଅପରାଧୀଙ୍କ ଗୁଳିମାଡରେ ପୁଅ ମୃତ ବାପ ଗୁରୁତର । ଗୁଳି ମାଡରେ ଅନୀଲ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଅଭିମନ୍ୟୁ ଜେନା ଗୁରୁତର ହୋଇଛନ୍ତି ।

ଅନିଲ୍ ଜେନାଙ୍କ ବଡ଼ ଭାଇଙ୍କୁ ବାପି ଡ୍ରଗ୍ସ ଦେଇଥିଲେ। ଯେଉଁଥିପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାକୁ ନେଇ ଅନିଲ୍ ଓ ବାପିଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ତେବେ ଆଜି ବାପି, ତାଙ୍କ ସାଙ୍ଗ ହାପି ଓ ଆଲୋକ ସହ ସରକନ୍ତରା ଗାଁକୁ ଆସିଥିଲେ। ଏହି ସମୟରେ ଅନିଲ୍ ଓ ବାପିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଧୀରେ ଧୀରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରୁଥିବା ଦେଖି ଅନିଲଙ୍କ ପାଖକୁ ତାଙ୍କ ବାପା ଅଭିମନ୍ୟୁ ଆସିଥିଲେ। ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ରାଗରେ ଜର୍ଜରିତ ଥିବା ବାପି ଅନିଲଙ୍କ ଉପରକୁ ଫାୟାରିଂ କରିଥିଲେ। ମାତ୍ର ଗୁଳି ଅଭିମନ୍ୟୁଙ୍କ ଦେହରେ ବାଜିଥିଲେ। ପରେ ବାପି ଆଉ ଥରେ ଫାୟାରିଂ କରିଥିଲେ। ଫଳରେ ଗୁଳିଟି ଅନିଲଙ୍କ ଛାତିରେ ଛାତିରେ ବାଜିଥିଲା।ଫାୟାରିଂ ପରେ ବାପି ଓ ତାଙ୍କର ସାଙ୍ଗମାନେ ବାଇକ୍ରେ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ମାତ୍ର ସାହି ପଡ଼ିଶାମାନେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ବାପି ଓ ତାଙ୍କର ୨ ସାଙ୍ଗ ବାଇକ୍ ଛାଡ଼ି ପଳାଇ ଯାଇଥିଲେ। ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

17 + seven =