ବାଇ-ଲ ନେଇ ଅପରାଜିତାଙ୍କ ବଡ଼ ବୟାନ୍

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।ସାଂସଦ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ନିଖୋଜ ପୋଷ୍ଟର ମୁଁ ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବା ବନ୍ଧୁମାନଙ୍କୁ ମୋର ଧନ୍ୟବାଦ। ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ ପୁଣି ସଂସଦର ଅଧିବେଶନରେ ଭାଗ ନେବି. ଏଥର ପ୍ରତି ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ । ଯେଉଁମାନେ ପୋଷ୍ଟର ଲଗାଇଥିଲେ ସେମାନେ ମୋର ଶୁଭେଚ୍ଛୁ ଅଟନ୍ତି ।

ତେବେ ବାଇ-ଲ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା । ବାଇ-ଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ।ତାଙ୍କ କହିବା ଅନୁଯାୟୀ ବାଇ-ଲ ସମ୍ପର୍କରେ ସରକାରୀ ଅଧିକାରୀଙ୍କ ସହ କଥା ହୋଇଛି । ବାଇ-ଲ କଥା ବୁଝିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ । ସମସ୍ତେ ହାତ ମିଶାଇ କାମ କଲେ ସମସ୍ୟାର ସମାଧାନ ହେବ । ମୁଁ ବିଜେପି କର୍ମୀ ଭାବେ ନୁହେଁ ସାଂସଦ ଭାବେ କହୁଛି ବୋଲି ଅପରାଜିତା କହିଛନ୍ତି । ଏନଏମଏ ୱେବସାଇଟରେ ୫ଟି ଐତିହ୍ୟସ୍ଥଳୀର ବାଇ-ଲ ଅବଜେକ୍ସନ ମୋଡରେ ରହିଛି । ଲିଙ୍ଗରାଜ ମନ୍ଦିରର ଡ୍ରାଫ୍ଟ ବାଇ-ଲ ତିଆରି ହୋଇନି । ଯାହା ବି ହେଲା ଅଜ୍ଞାନତା, ଅପରିପକ୍ୱତା । ବାଇ-ଲରେ ୧୦୦ କି ୨୦୦ ମିଟରରେ ଲେଖାଯାଇନି ।

ସେପଟେ ବାଇ-ଲ ହେଲେ ପାଖାପାଖି ଅଞ୍ଚଳ ପ୍ରଭାବିତ ହେବ ବୋଲି ଚର୍ଚ୍ଚା ହେଉଛି । ଏ ନେଇ ମୁଁ ସେବାୟତଙ୍କ ସହ କଥା ହେବି । ହେରିଟେଜ ବାଇ-ଲ ହେଲେ ସୁବିଧା ହେବ । ଡ୍ରାଫ୍ଟ ବାଇ-ଲ ଫାଇନାଲ ନୁହେଁ ।ତେବେ ହେରିଟେଜ ବାଇ-ଲ ତିଆରି ବେଳେ କମ୍ପିଟେଣ୍ଟ ଅଥରିଟି କାମ କଲେ, ମାତ୍ର ତିଆରି ବେଳେ ରାଜ୍ୟ ସରକାର ଜାଣିଲେନି । ଏହା କେମିତି ସମ୍ଭବ ହେବ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏହା ଶାସନର ଅଜ୍ଞାନତା, ଅବା ଜାଣିଶୁଣି କରାଯାଇଛି । ଏଏସଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ୯ଟା ଚିଠି ଦିଆଯାଇଛି । ଏଯାଏଁ ଗୋଟିଏ ଚିଠିର ମଧ୍ୟ ଜବାବ ରାଜ୍ୟ ସରକାର ଦେଇ ନାହାନ୍ତି ବୋଲି ପ୍ରେସମିଟରେ କହିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ ।

Share

Leave a Reply

Your email address will not be published. Required fields are marked *

7 + 6 =