ହକି ସହ ତାଳ ଦେଇ ଚାଲିବ ଭୁବନେଶ୍ବର ଫେଷ୍ଟିଭାଲ

ଭୁବନେଶ୍ବର () ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିତ ଭାବେ ୧ ଡିସେମ୍ବର ୨୦୧୮ରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଡଟ୍ ଫେଷ୍ଟ୍ (ଭୁବନେଶ୍ବର ସିଟି ଫେଷ୍ଟିଭାଲ୍) ଆୟୋଜନ କରାଯିବ । ହକି ବିଶ୍ବକପ୍ ସହିତ ସମାନ୍ତରାଳ ଭାବେ ଏହି କାର୍ଯ୍ୟକ୍ରମ ଚାଲିବ । ଏହି ଫେଷ୍ଟିଭାଲରେ ସାମିଲ ରହିଥିବା କାର୍ଯ୍ୟକ୍ରମଗୁଡ଼ିକ ହେଉଛି ଆନ୍ତର୍ଜାତିକ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ୍, ମନୋରଂଜନ, ଆନ୍ତର୍ଜାତିକ କାହାଣୀ ବ୍ୟାଖ୍ୟାନ ଫେଷ୍ଟିଭାଲ୍ ଓ ଟ୍ରାଏଲସ୍ । ଏହି ଅବସରରେ ସହରକୁ ସାରା ଦୁନିଆର ଅନେକ କ୍ରୀଡ଼ାବିତ ଓ ଅତିଥି ଆସିବେ ଯାହା ଓଡ଼ିଶା ରାଜ୍ୟ ଓ ଏହାର ସଂସ୍କୃତିକୁ ପ୍ରଦର୍ଶନ କରିବାର ଏକ ଉପଯୁକ୍ତ ଅବସର ହେବ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫେଷ୍ଟିଭାଲର ଲୋଗୋ ଓ କାର୍ଯ୍ୟକ୍ରମ କ୍ୟାଲେଣ୍ଡର୍କୁ ଉନ୍ମୋଚନ କରାଯାଇଛି ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଶ୍ରୀଯୁକ୍ତ ନିରଜଂନ ପୁଜାରୀ, ମାନ୍ୟବର ମନ୍ତ୍ରୀ ବାସଗୃହ ଓ ସହରାଚଂଳ ବିକାଶ ଏବଂ ଜଳ ସମ୍ପଦ, ଓଡ଼ିଶା ସରକାର । ସମ୍ମାନିତ ଅତିଥିମାନେ ହେଉଛନ୍ତି ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ, ପର୍ଯ୍ୟଟନ, ସଂସ୍କୃତି ଓ ଓଡ଼ିଆ ସାହିତ୍ୟ, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା , ଡକ୍ଟର (ପ୍ରଫେସର) ପ୍ରସନ୍ନ କୁମାର ପାଟ୍ଟଶାଣି, ମାନ୍ୟବର ସାଂସଦ (ଲୋକସଭା), ଭୁବନେଶ୍ବର, ବିଜୟ କୁମାର ମହାନ୍ତି, ବିଧାୟକ, ଭୁବନେଶ୍ବର ମଧ୍ୟ, ପ୍ରିୟଦର୍ଶୀ ମିଶ୍ର, ବିଧାୟକ, ଭୁବନେଶ୍ବର ଉତ୍ତର ଓ ଅନନ୍ତ ନାରାୟଣ ଜେନା, ମାନ୍ୟବର ମେୟର, ବିଏମସି । ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ଅତିଥି ହେଉଛନ୍ତି ଡକ୍ଟର କ୍ରିଷ୍ଣନ କୁମାର, ଆଇଏଏସ୍, କମିସନର, ବିଏମସି ଓ ଉପାଧ୍ୟକ୍ଷ, ଭୁବନେଶ୍ବର ଉନ୍ନୟନ ନିଗମ ।

ଡକ୍ଟର କ୍ରିଷ୍ଣନ କୁମାର, ଆଇଏଏସ୍, କମିସନର, ବିଏମ୍ସି, ଉପାଧ୍ୟକ୍ଷ, ଭୁବନେଶ୍ୱର ଉନ୍ନୟନ ନିଗମ କହିଛନ୍ତି ଯେ, “ଭୁବନେଶ୍ବର ଏହାର କଳା, ହସ୍ତତନ୍ତ, ଉତ୍ସବ ଓ ଅଭିନବ ଚିନ୍ତାଧାରା ପାଇଁ ପରିଚିତ । ଷ୍ଟାମ୍ପ୍, ଐତିହ୍ୟ ଯାତ୍ରା ଓ ସହରରେ ଟ୍ରାଏଲ୍ସ ଭଳି କଳା ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହିତ ଆମେ ଭୁବନେଶ୍ବରକୁ ଭାରତର କ୍ରିଏଟିଭ୍ ଇକୋନମି (ପରିକଳ୍ପନା ଅର୍ଥନୀତି)ରେ ପରିଣତ କରିବା ଦିଗରେ ଅଗ୍ରସର ହେଉଛୁ ।’’

ଚନ୍ଦ୍ରସାରଥୀ ବେହେରା, ମାନ୍ୟବର ମନ୍ତ୍ରୀ, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଶା ସରକାର କହିଛନ୍ତି ଯେ, “ଆମେ ଅତିଥି ଦେବୋ ଭବ ଉପରେ ବିଶ୍ବାସ କରୁ । ଓଡ଼ିଶା ହକି ପୁରୁଷ ବିଶ୍ବକପ୍ ଭୁବନେଶ୍ବର ପାଇଁ ଆମେ ରେକର୍ଡ ପରିମାଣର ପର୍ଯ୍ୟଟକଙ୍କ ଆଗମନ ଆଶା କରୁଛୁ ଓ ଏହି ଫେଷ୍ଟର ଉପଭୋଗ କରିବା ପାଇଁ ଉଭୟ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଆହ୍ବାନ ଦେଉଛୁ ।’’

“ଗୁଣାତ୍ମକ ଶିକ୍ଷାକୁ ଧନ୍ୟବାଦ ଯେ ଆମର ଏଠାରେ ଅନେକ ଛାତ୍ରଛାତ୍ରୀ ଅଛନ୍ତି ଓ ବଡ଼ ଧରଣର କାର୍ଯ୍ୟକ୍ରମ, ସମ୍ମିଳନୀ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଯଥା ଆଗାମୀ ହକି ପୁରୁଷ ବିଶ୍ବକପ୍ ପାଇଁ ଭୁବନେଶ୍ବରରେ ଲୋକପ୍ରିୟ ସ୍ଥାନ ଭାବେ ପରିଚିତ ହେବାରେ ଲାଗିଛି ।’’, ବୋଲି ଅଶୋକ କୁମାର ପଣ୍ଡା କହିଛନ୍ତି ।

ଏହି ସମ୍ମିଳନୀରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ, “୨୦୧୫ରେ ଆଇ ଆମ୍ ଭୁବନେଶ୍ବର ପ୍ରକଳ୍ପ ଆରମ୍ଭ ହେବା ପର ଠାରୁ, ଆମେ ସହରର କଳା ଓ ସଂସ୍କୃତିର ପ୍ରଚାର କରିବା ଦିଗରେ ଅଗ୍ରସର ହୋଇଛୁ-ବିଶେଷ କରି ଏହା ମନ୍ଦିର ସହର ଭାବେ ପରିଚିତ ହେବା ପରେ । ସହରର ମନ୍ଦିରଗୁଡ଼ିକ ଉକ୍ରୃଷ୍ଣ କାରୁକାର୍ଯ୍ୟ ପାଇଁ ଜଣାଶୁଣା ଯାହା ସହର ପାଇଁ ସବୁ ବେଳେ ହେଉଛି ପ୍ରମୁଖ ଦିଗ । ଏବେର ଉଦ୍ୟମ ହେଉଛି ପରିକଳ୍ପନାର ଉଦ୍ୟମକୁ ଆହୁରି ଆଗକୁ ବଢ଼ାଇବା ।’’

ଭୁବନେଶ୍ବର ଡଟ୍ ଫେଷ୍ଟ୍ ପରିଦର୍ଶନକାରୀମାନଙ୍କୁ ଏକ ସମ୍ପୂର୍ଣ୍ଣ ସାଂସ୍କୃତିକ ଯାତ୍ରାରେ ନେବ ଯେଉଁଠାରେ ଅଂଶଗ୍ରହଣ କରୁଥିବା ୧୬ରୁ ଅଧିକ ଦେଶର ଖାଦ୍ୟ ସହିତ ଭାରତର ସବୁ ରାଜ୍ୟର ଖାଦ୍ୟ ଏବଂ ଓଡ଼ିଶାର ଅଗ୍ରଣୀ ହୋଟେଲ୍ ଓ ରେସ୍ତୋରାଁର ଅସଲି ଖାଦ୍ୟ ବିଶେଷଜ୍ଞଙ୍କ ଖାଦ୍ୟ ମଧ୍ୟ ରହିବ । ଏଥିରେ ସ୍ଥାନୀୟ ଓ ଆନ୍ତର୍ଜାତିକ କଳାକାରଙ୍କ ନାଟକ ଓ କାହାଣୀ ବର୍ଣ୍ଣନା ରହିବ । ବିଶାଲ ଓ ଶେଖର, ଶଙ୍କର ଏହସାନ ଲୟ, ଫରହାନ୍ ଅଖତର,  ଶାନ୍, ସୋନା ମହାପାତ୍ର, ଋତୁରାଜ ମହାନ୍ତି, ନୁରାନି ସିଷ୍ଟର୍ସ ଓ କ୍ରିଷ୍ଣା ବେଉରାଙ୍କ ଭଳି ସଙ୍ଗୀତକାରଙ୍କୁ ଏହି ଉତ୍ସବ ସମୟରେ ମଧୁସୂଦନ ମାର୍ଗରେ ଥିବା ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ସାଇକଲ୍ ଟୁର୍ ଓ ଐତିହ୍ୟ ଯାତ୍ରା ମଧ୍ୟ ହେବ । ଦର୍ଶକମାନେ ଲୋକପ୍ରିୟ ହାସ୍ୟ କଳାକାର ବିଶ୍ୱ କଲ୍ୟାଣ ରଥଙ୍କ କମେଡ଼ି ଶୁଣିପାରିବେ ଓ ଶ୍ରୀୟା ଘୋଷାଲଙ୍କ କୋମଳ ଓ ରୋମାଂଟିକ୍ ଗୀତର ମଜା ନେଇପାରିବେ । ଏହି ସୋ’ର ଟିକଟ ବୁକ୍ ମାଇଁ ସୋ’ ଡଟ୍ କମରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

ten − eight =