ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ରାଜନଗର() ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କୁ ରାଜନଗର ବନବିଭାଗ ପ୍ରବେଶ କରିବାକୁ ଅନୁମତି ମିଳିଛି । ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ସ୍ଥଳପଥର ପ୍ରବେଶ ପଥ, ଗୁପ୍ତି, ଖୋଳା ଓ ଚାନ୍ଦବାଲିରୁ ବୋଟ୍‌ ଯୋଗେ ଭିତରକନିକା ଯାଇ ହେବ ବୋଲି ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏଥିସହ ଦିନ ଓ ରାତି ପର୍ଯ୍ୟଟକଙ୍କ ପ୍ରବେଶ ଓ ଭ୍ରମଣ ସମୟରେ କିଛି କଟକଣା ଜାରି କରାଯାଇଛି।

ଦିନକୁ ସର୍ବାଧିକ ୫ ଶହ ପର୍ଯ୍ୟଟକ ଭିତରକନିକାରେ ଭ୍ରମଣ କରିପାରିବେ। ସମସ୍ତ ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ କରାଯିବ। ସମସ୍ତ ପ୍ରବେଶ ପଥରେ ସାନିଟାଇଜର୍‌ ରଖାଯିବ। ବିନା ମାସ୍କରେ କୌଣସି ପର୍ଯ୍ୟଟକଙ୍କୁ ଭିତରକନିକା ମଧ୍ୟକୁ ଛଡାଯିବ ନାହିଁ। ବନ କର୍ମଚାରୀମାନେ ମଧ୍ୟ ମାସ୍କ ପରିଧାନ କରିବେ । ଭିତରକନିକାର ବିଭିନ୍ନ ସ୍ଥାନରେ ସାନିଟାଇଜର୍‌ ରଖାଯିବ । ଗୁପ୍ତି, ଖୋଳା ଓ ଚାନ୍ଦବାଲିକୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଜଳପଥରେ ନେଉଥିବା ବେସରକାରୀ ଓ ସରକାରୀ ବୋଟ୍‌ ଯାତ୍ରୀ କ୍ଷମତାର ୫୦ ପ୍ରତିଶତ ପର୍ଯ୍ୟଟକଙ୍କୁ ନେବେ । ପ୍ରତ୍ୟେକ ଥର ଯିବା ଆସିବା ପରେ ବୋଟ୍‌ ଗୁଡିକୁ ସାନିଟାଇଜ୍‌ କରାଯିବ । ଭିତରକନିକା ଭିତରକୁ ଏକ ସଙ୍ଗରେ ଅଧିକ ପର୍ଯ୍ୟଟକଙ୍କୁ ଛଡାଯିବ ନାହିଁ। ଗ୍ରୁପ କରି ପର୍ଯ୍ୟଟକଙ୍କୁ ଛଡାଯିବ ।

Share

Leave a Reply

Your email address will not be published. Required fields are marked *

sixteen + nineteen =