ଭିକୁ ସେଠଙ୍କ ଦେହାନ୍ତ

ଭୁବନେଶ୍ୱର()  ଯାତ୍ରା ଜଗତର ଶାଗୁଣାଭାବେ ପରିଚିତ ଭିକୁ ସେଠଙ୍କର ପରଲୋକ ହୋଇଯାଇଛି । ମାତ୍ର ୫୫ ବର୍ଷ ବୟସରେ ତାଙ୍କର ମୃତୁ୍ୟ ହୋଇଥିବାନେଇ ତାଙ୍କର ସମ୍ପର୍କୀୟମାନେ ସୂଚନା ଦେଇଛନ୍ତି  । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଚୌଦ୍ୱାରରୁ କଟକ ନିଆଯାଉଥିଲା  । ତେବେ ବାଟରେ ତାଙ୍କର ମୃତୁ୍ୟ ହୋଇ ଯାଇଥିଲା  ।

‘ଶାଗୁଣା ବସିଛି ଡେଣା ମେଲାଇ’ ଭଳି ହିଟ ନାଟକର ସେ ଥିଲେ ଖଳନାୟକ  । ଯାହା ତାଙ୍କୁ ସାରା ରାଜ୍ୟରେ ବେଶ ପରିଚୟ ଦେଇଥିଲା  । ଏଇଠାରୁ ହିଁ ଆରମ୍ଭ ହୋଇଥିଲା ବିକୁ ସେଠଙ୍କର ସଫଳ ଯଲିଉଡ଼ ଯାତ୍ରା  । ନାଁଟା ତାହେଲେ ମୀନା… ଖୁମ୍ପି ଦେଲୁ, ଭଲ କଲୁ,… ଧେତ… ଭଳି ସଂଳାପ ଉଚ୍ଚାରଣ କରି ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ  । ଏମିତିକି ତାଙ୍କ ନାଁରେ ହିଁ ଯାତ୍ରା ପାର୍ଟି ଚାଲୁଥିଲା ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ  ।

Share

Leave a Reply

Your email address will not be published. Required fields are marked *

three × 3 =