ହଳଦିଆ କଇଁଛ ଉଦ୍ଧାର

ଭଦ୍ରକ: ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର । ଭଦ୍ରକ ଜିଲ୍ଲା ଓରାସାହି ପଞ୍ଚାୟତ କସ୍ତୁରିକଣ ଗାଁଦେଇ ବୋହିଯାଇଥିବା ବୈତରଣୀ ନଦୀ ପାଖ ରାସ୍ତାରେ ଚାଲୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଏହି ହଳଦିଆ ରଙ୍ଗର କଇଁଛକୁ ଧରିଥିଲେ । ରାତିରେ ଘରକୁ ଫେରୁଥିବା ସମୟରେ କଇଁଛକୁ ଧରିଥିଲେ । କଇଁଛର ଓଜନ ପାଖାପାଖି ୨କିଲୋରୁ ଅଧିକ ହେବ । ତେବେ ସ୍ଥାନାୟ ଅଞ୍ଚଳର ହଳଦିଆ କଇଁଛ ଦେଖିବା ବିରଳ । ବାତ୍ୟା ୟଶ ସମୟରେ ସମୁଦ୍ରରୁ ବିଭିନ୍ନ ନଦୀକୁ ପାଣି ପ୍ରବେଶ କରିଥିଲା । ତେଣୁ ସେହି ସମୟରେ ଏହି ହଳଦିଆ ରଙ୍ଗର କଇଁଛ ଆଣିଥାଇପାରେ ବୋଲି ଅନୁମାନ କରାଯାଉଛି । କଇଁଛକୁ ପୁଣି ଯୁବକ ଜଣକ ପାଖ ନଈ ଜୋରରେ ଛାଡିଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

fourteen + eleven =