ଆଜିଠୁ ଆରମ୍ଭ ଭାଦ୍ରବ ମାସ, ଜାଣନ୍ତୁ ଏହି ପବିତ୍ର ମାସରେ ପଡୁଥିବା ପର୍ବ

ଭୁବନେଶ୍ୱର: ଶ୍ରାବଣ ମାସ ଶେଷ ହୋଇଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ଭାଦ୍ରବ ମାସ । ଏହି ମାସରେ ଅନେକ ପର୍ବ ପଡିଥାଏ । ଏହି ମାସକୁ ଶୁଭ ପରିଣାମ ଦେଉଥିବା ମାସ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ମାସରେ ଲୋକଙ୍କୁ ସଫା ମନ ସହିତ ରହିବା ଉଚିତ୍ । ଏହି ମାସ ୨୩ ଅଗଷ୍ଟରୁ ଆରମ୍ଭ ହୋଇ ୨୦ ସେପ୍ଟମ୍ବର ପର୍ଯ୍ୟନ୍ତ ରହିବ ।

ଏହି ମାସରେ କଞ୍ଚା ଜିନିଷ ଖାଇବା ମନା । ଦହି ସେବନ କରିବା ଉଚିତ୍ ନୁହେଁ । କୁହାଯାଏ କି ଏହି ମାସରେ ରକ୍ତଚାପ ବଢିଯାଏ । ଭାଦ୍ରବ ମାସ ଭଗବାନ କୃଷ୍ଣଙ୍କ ମାସ । ଏହି ମାସରେ କୃଷ୍ଣୁକୁ ପୂଜିବା ଶୁଭ ହୋଇଥାଏ ।

ସେହିପରି ଏହି ମାସରେ ଅନେକ ପର୍ବ ପଡିଥାଏ ଯେପରିକି ଗଣେଶ ଚତୁର୍ଥୀ, କୃଷ୍ଣ ଜନ୍ମାଷ୍ଟମୀ, ଅନନ୍ତ ଚତୁର୍ଦ୍ଦଶୀ, ଏବଂ ବିଶ୍ୱକର୍ମା ପୂଜା ।

ଯଦି ଭାଦ୍ରବ ମାସ ଯାକ ଭଗବାନ ଶ୍ରୀକୃଷ୍ଣଙ୍କୁ ପଂଚାମୃତରେ ସ୍ନାନ କରାଇବେ ତେବେ ସମସ୍ତ ମନସ୍କାମନା ପୁରଣ ହେବ । ଭଗବାନ କୃଷ୍ଣଙ୍କୁ ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ । ବିଦ୍ୟା , ବୁଦ୍ଧି, ଜ୍ଞାନ ପାଇଁ ଭଗବାନ ଗଣେଶଙ୍କ ପୂଜା କରିବା ଉଚିତ୍ ।

Share

Leave a Reply

Your email address will not be published. Required fields are marked *

5 − 3 =