ସାମାଜିକ ଦୂରତା ବଜାୟ ରଖିବା ଜରୁରୀ

ଭୁବନେଶ୍ୱର()  ପ୍ରତିଦିନପରି ଆଜି ମଧ୍ୟ କରୋନା ଭାଇରସ୍ ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ ୭ଟି କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୭ଟି ହସ୍ପିଟାଲରେ ପ୍ରସ୍ତୁତ ରହିଛି ୧୯୪୭ ଶଯ୍ୟା । ଅଧିକ କୋଭିଡ଼ ହସ୍ପିଟାଲ ଖୋଲିବାକୁ ଉଦ୍ୟମ ଜାରି ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧ହଜାର ୮୮୮ସନ୍ଦୀଗ୍ଧଙ୍କ ନମୁନା ପରୀକ୍ଷା ହୋଇଛି । ୧୮୮୮ନମୁନାରୁ ୩୯ଟି ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱରର ୩୧ଜଣ , ଭଦ୍ରକରେ ୩ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏହାସହ କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏଁ ରୋଗୀ ଚିକିତ୍ସିତ ହେଉଛନ୍ତି । ୮୭ଜଣ ବିଭିନ୍ନ ହସ୍ପିଟାଲରେ ପୃଥୀକବାସରେ ଅଛନ୍ତି ।
ଓଡ଼ିଶାରେ ଆଉ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନାହିଁ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାମାଜିକ ଦୂରତାକୁ ବଜାୟ ରଖିବା ଜରୁରୀ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି । ବଜାରରେ ସାମାଜିକ ଦୂରତା ରକ୍ଷା ହେଉନି ବୋଲି ନଜରକୁ ଆସିଛି । ବଜାରକୁ ଲୋକେ ଆଉ ଯିବେ ନାହିଁ । ନିକଟସ୍ଥ ଖୁଚୁରା ବେପାରୀଙ୍କ ଠାରୁ ପରିବା କିଣନ୍ତୁ ବରଂ ବଜାରକୁ ଯାଆନ୍ତୁ ନାହିଁ ।
ଏହାସହ ସ୍ୱୟଂସହାୟିକ ଗୋଷ୍ଠୀର ମହିଳାମାନେ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୨୫ଲକ୍ଷ ମିଲ୍ ଯୋଗାଇଛନ୍ତି ଏସଏଚଜି ଗୋଷ୍ଠି । ଆବଶ୍ୟକତାକୁ ଦେଖି ୧୦ଲକ୍ଷ ମାସ୍କ ଯୋଗାଯାଇଛି । ମାଆମାନେ ଦେଲେ ଘରର ପୋଲିସ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କହିଛନ୍ତି । ଏଭଳି ବିପଦ ସମୟରେ ଘରୁ ବାହାରି ୭୦ଲକ୍ଷ ମହିଳା ସରକାର ଏବଂ ସମାଜ ମଧ୍ୟରେ ଏକ ସଂଯୋଗର ସେତୁ ହୋଇଛନ୍ତି । ଅଯଥାରେ ପରିବାରର ଲୋକଙ୍କୁ ବାହାରିବାକୁ ଦିଅନ୍ତୁ ନାହିଁ ।

Share

Leave a Reply

Your email address will not be published. Required fields are marked *

two × 1 =