ଖୁଲମଖୁଲା ବୁଲୁଛନ୍ତି ଭାଲୁପଲ

ନବରଙ୍ଗପୁର: ଖୋଲାରେ ବୁଲୁଛନ୍ତି ଭାଲୁ । ମନ୍ଦିର ଭିତରେ ପଶୁଛନ୍ତି ଭାଲୁ । ଲୋକେ ଭୟଭୀତ । ତଥାପି ବନ ବିଭାଗର ନିଘା ପଶୁନି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିଦ୍ଧିଗୁଡ଼ା ଗାଁରେ ଥିବା ବଡ଼ଦେବତା ମନ୍ଦିରରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସକାଳୁ ଗୋଟିଏ ଭାଲୁପଲ ମନ୍ଦିର ପରିସରରେ ଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଯାହାକୁ ଦେଖି ଭୟଭୀତ ହୋଇଯାଇଥିଲେ । ଶେଷରେ ସମସ୍ତେ ମିଶି ଭାଲୁଙ୍କୁ ଘଉଡାଇବାରେ ସଫଳ ହୋଇଥିଲେ ।
ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣା ନୂଆ ନୁହେଁ । ଅନେକବାର ଏଭଳି ଭାଲୁ ଆସି ମନ୍ଦିର ଭିତରେ ପଶୁଛି । ଗାଁଲୋକେ ବନ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ସେମାନଙ୍କୁ କିଛି ସୁଫଳ ମିଳିନାହିଁ । ବନବିଭାଗର ଏଭଳି ମନୋବୃତ୍ତିକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ଆଗାମୀଦିନରେ ବନ ବିଭାଗ ଏଦିଗରେ ଦୃଷ୍ଟି ଦେବ ବୋଲି ଆଶା ରଖିଛନ୍ତି ସ୍ଥାନୀୟଲୋକେ ।

Share

Leave a Reply

Your email address will not be published. Required fields are marked *

1 × 5 =