୧.୪ପ୍ରତିଶତ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି

ଭୁବନେଶ୍ୱର()  କରୋନା ମହାମାରୀ ଭିତରେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି । ତାହା ହେଲା ଏବେ ରାଜଧାନୀବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ।  କରୋନା ସଂକ୍ରମଣ ପ୍ରତିହତ ପାଇଁ ସେରୋଲୋଜିକାଲ ସର୍ଭେ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ଆରଏମଆରସି ନିଦେ୍ର୍ଧଶିକା ଡ. ସଂଘମିତ୍ରା ପତି ।

ସେ କହିଛନ୍ତି ଯେ,  ସଂକ୍ରମଣ ହାର, ସ୍ଥିତି ଓ ଆଣ୍ଟିବଡି  ଅଗ୍ରଗତି ଜାଣିବାକୁ ସର୍ଭେ ହେଉଛି ।  ଭୁବନେଶ୍ୱରରେ କମୁ୍ୟନିଟି, ହାଇରିସ୍କ ଓ ଗ୍ରୁପ ସେରୋ ସର୍ଭେ ଶେଷ ହୋଇଛି । ତେବେ ୧.୪ପ୍ରତିଶତ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ।  ଜୁନ ମାସରେ ସଂକ୍ରମଣ ଜାଣିବାକୁ ଜୁଲାଇ ମାସରେ ସର୍ଭେ ହୋଇଥିଲା ।  ଭୁବେନଶ୍ୱରରେ ଅଗଷ୍ଟ ୧୬ରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ ହେବ ବୋଲି ଭୁବନେଶ୍ୱର ଆରଏମଆରସି ନିଦେ୍ର୍ଧଶିକା ଡ. ସଂଘମିତ୍ରା ପତି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =