ବର୍ଷାଙ୍କୁ ଝାଡ଼ିଲେ ଅନୁଭବ

କଟକ: କିଛିଦିନର ବିରତି ପରେ ପୁଣିଥରେ ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ ଚର୍ଚ୍ଚା ଘେରକୁ ଆସିଛି । ଉଭୟଙ୍କ ମାମଲା ଚାଲିଥିବା ବେଳେ ମଧ୍ୟସ୍ଥ କେନ୍ଦ୍ରକୁ ବର୍ଷା ଆସିନାହାଁନ୍ତି । ଯାହାକୁ ନେଇ ଅନୁଭବ ଝାଡ଼ିଥିବା ଦେଖିବାକୁ ମିଳିଛି । ଗତକାଲି ଅନୁଭବ ଆସିଥିବା ବେଳେ ବର୍ଷା ଆସିନଥିଲେ । ଆଉ ଆଜି ମଧ୍ୟ ସେ ଆସିଥିବା ବେଳେ ନିରାଶ ହୋଇ ଫେରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଭବ ।

ଅନୁଭବ ନିଜ ମନ୍ତବ୍ୟରେ କହିଛନ୍ତି କି, ସୋସିଆଲ ମିଡିଆ ଲାଗି ସମୟ ପାଉଛନ୍ତି ଅଥଚ କୋର୍ଟକୁ ଆସିବାକୁ ସମୟ ନାହିଁ । ତେବେ ସେ ଜାଣିଶୁଣି ମାମଲାକୁ ସାରିବାକୁ ଚାହୁଁଥିବା କହିଛନ୍ତି ଅନୁଭବ । ସେପଟେ ବର୍ଷା ନଆସିବାକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Share

Leave a Reply

Your email address will not be published. Required fields are marked *

16 − eight =