ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ୫କୋଟିର ପ୍ୟାକେଜ

ବାରିପଦା () ଆଜି ମୁଖ୍ୟମନ୍ତ୍ରୀ ବାରିପଦାରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରତ ବନ୍ଦ ଯୋଗୁଁ କଡା ସୁରକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତ କରିଛନ୍ତି । ଗସ୍ତ ଅବସରରେ ଜିଲ୍ଲାର ଉନ୍ନତି ପାଇଁ ଅନେକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରିପଦା ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ୫କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ମୟୁରଭଞ୍ଜରେ ଥିବା ପର୍ୟ୍ୟଟନସ୍ଥଳୀର ବିକାଶ ଦିଗରେ ସରକାର ସମସ୍ତ କାର୍ୟ୍ୟ କରିବ ବୋଲି କହିଛନ୍ତି । ମୟୁରଭଞ୍ଜର ବିକାଶ ପାଇଁ ଉନ୍ନତି ଜାରି ରହିବ । ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି । ଓଡ଼ିଶାର ବିକାଶ ମାନଚିତ୍ରରେ ମୟୁରଭଞ୍ଜ କିପରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ, ସେଥିପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ଛଡା ୧୮ଟି ପାଇପ ଯୋଗାଣ ପ୍ରକଳ୍ପ, ୫ଟି ହାଇଲେଭଲ ସେତୁ, ମୋରଡା ବ୍ଲକରେ ନିର୍ମିତ ଭାଲିଆସୋଲ ଆଦର୍ଶ ବିଦ୍ୟାଳୟ ପ୍ରମୁଖ ଉଦଘାଟନ କରିଛନ୍ତି । ସେହିପରି ୨୦୦ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମାଣ ହେବାକୁ ଥିବା କିଛି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × two =