ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ବରଗଡ଼: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଥାନା ଦ୍ୱାରସ୍ତ ହେଲେ ସମ୍ପୃକ୍ତ ମହିଳା । ବରଗଡ଼ ଜିଲ୍ଲା ଭେଡେନ ଥାନା ଅଧିନସ୍ଥ ଗୁରୁପାଲି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସ୍ୱାମୀ ପହଞ୍ଚି ଯିବାରୁ ସ୍ୱାମୀଙ୍କୁ ନିସ୍ତୁକ ମାଡ ମାରିଥିଲା ଦୁର୍ବୃତ୍ତ। କିଛି ଦିନ ହେବ ଉଭୟ ପତି ପତ୍ନୀ ଗୁରୁପାଲି ଗ୍ରାମରେ ବାସ କରୁଥିଲେ । ତେବେ ଉକ୍ତ ବିବାହିତ ମହିଳା ଜଣକ ଘରେ ଏକା ଥିବା ସୁଯୋଗ ନେଇ କଟାପାଲି ଗ୍ରାମର ଜଣେ ଯୁବକ ଘରେ ପଶି ଏଭଳି କୁକର୍ମ କରିବାକୁ ଉଦ୍ୟମ କରିଥିଲା । ତେବେ ଏନେଇ ଭେଡେନ ଥାନାରେ କେସ ନମ୍ବର ୧୩୭/୨୧ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

Share

Leave a Reply

Your email address will not be published. Required fields are marked *

17 − 14 =