ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି ବିଜେପି

ବରଗଡ଼: ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି ବିଜେପି । ବହଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା ଦିଆଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାର ତଦନ୍ତ ଠିକଭାବେ କରିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ । ଆଜି ସକାଳୁ ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ତେତୃତ୍ୱରେ ରବିନାରାୟଣ ଦାଶ ଓ କିଶୋର ମିଶ୍ରଙ୍କ ସମେତ ଅଧିକାଂଶ ନେତା ଓ କର୍ମୀମାନେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି। ଆଜି ବନ୍ଦର ପ୍ରଭାବ ବରଗଡ଼ରେ ଦେଖିବାକୁ ମିଳିଛି। ସହରରେ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ସରକାରୀ ଓ ବେସରକାରୀ ଅଫିସ୍ ଏବଂ ସ୍କୁଲ କଲେଜ ବନ୍ଦ ଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ମମିତା ହତ୍ୟାକାଣ୍ଡର ପ୍ରତିବାଦ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବିରେ ଗତ ମଙ୍ଗଳବାର ବରଗଡ଼ ଜିଲ୍ଲାର ବରପାଲିରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ପାଳନ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

5 − one =