ପୋଲିସ ଆଇନଜୀବୀ ବିବାଦ : ବଳି ପଡିଲା ପୋଲିସ ଭ୍ୟାନ

କଟକ: କଟକରେ ପୋଲିସ ଆଇନଜୀବୀ  ବିବାଦ କାରଣରୁ ଆର୍‌ଡିସି ଅଫିସ୍‌ ସମ୍ମୁଖରେ ଆଇନଜୀବୀମାନେ ପୋଲିସ ଭ୍ୟାନ୍‌କୁ ଭଂଗାରୁଜା କରିବା ସହ ଗୋଟିଏ ଜିପ୍‌ରେ ନିଆଁ ଲଗାଇଦେଇଛନ୍ତି । ଗତକାଲି ଏକ ଦୁର୍ଘଟଣାକୁ ନେଇ ନୂଆବଜାର ଅଞ୍ଚଳରେ ପୋଲିସ ଓ ଆଇନଜୀବୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ପୋଲିସ ମାଡରେ ଜଣେ ଆଇନଜୀବୀ  ଆହତ ହେବା ପ୍ରତିବାଦରେ ଆଇନଜୀବୀମାନେ ଚାଉଳିଆଗଂଜ ଥାନା ମଧ୍ୟ ଘେରାଓ କରିଥିଲେ । ଆଜି ହାଇକୋର୍ଟ ବାର ଆସୋସିଏସନ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲା ।ଫଲରେ ଆଜି ହାଇକୋର୍ଟ ସମେତ ବିଭିନ୍ନ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଥିଲା । ଅପରାହ୍ଣରେ ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖରେ ଆଇନଜୀବୀମାନେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପହଂଚିଥିଲା । ପୋଲିସକୁ ଦେଖି ଆଇନଜୀବୀମାନେ ଉତ୍ୟକ୍ତ ହୋଇଉଠିଥିଲେ ଓ ପୋଲିସ ଭ୍ୟାନକୁ ଭଂଗାରୁଜା କରିବା ସହ ଜିପ୍‌ରେ ନିଆଁ ଲଗାଇଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

17 − four =