ଆଜି ଶ୍ରୀଜିଉଙ୍କ ବଣଭୋଜି ବେଶ

ପୁରୀ() ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ । ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ମହାପ୍ରଭୁ ବଣଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଶ୍ରୀମନ୍ଦିରରେ କୃଷ୍ଣଲୀଳା ଅନ୍ତର୍ଗତ ବିଭିନ୍ନ ବେଶ ଅନୁଷ୍ଠିତ ହେବାର କିମ୍ବଦନ୍ତୀ ଥିବାରୁ ଆଜି ମଧ୍ୟାହ୍ନ ଧୂପ ପରେ ବଣଭୋଜି ବେଶ ଅନୁଷ୍ଠିତ ହେବ ।

ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଈ ,ବାଛୁରୀ ସଙ୍ଗରେ ନେଇ ବନଭୋଜି ଉଦ୍ଦେଶ୍ୟରେ ଯାଇଥିଲେ । ଏହି ସ୍ମୃତି ଅନୁଯାୟୀ ବନଭୋଜି ବେଶ ରତ୍ନ ସିଂହାସନ ଉପରେ କରାଯାଇଥାଏ । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ କୃଷ୍ଣ, ବଳରାମ ରୂପରେ ସଜାଇ ବଣଭୋଜି ବେଶ କରାଯାଏ ।

Share

Leave a Reply

Your email address will not be published. Required fields are marked *

fifteen − nine =