ଏଥର ହେବନି ବାଲିଯାତ୍ରା

କଟକ()  କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକ ବାଲିଯାତ୍ରା ଉପରେ କଟକଣା ଲାଗିଛି । ସହରରେ କୋଭିଡ୍‌ ସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ସେହିପରି ସାମୂହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଧବଳେଶ୍ବରରେ ବି ବଡଓଷା ପାଳନ ସମ୍ଭବ ନୁହେଁ ବୋଲଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଯଦିଓ ରାଜ୍ୟରେ କରୋନା ମାମଲା ହ୍ରାସ ହେଉଛି, କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ସତର୍କ ନିଆଯାଉଛି । ଶୀତଋତୁରେ କରୋନା ମାମଲା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅପରପକ୍ଷରେ ୟୁରୋପ, ଫ୍ରାନ୍ସ ଜର୍ମାନୀ ଆଦି ରାଷ୍ଟ୍ରରେ ଶୀତ ଯୋଗୁଁ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଲାଣି । କରୋନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓରାଜ୍ୟ ସରକାର ଯଥାସମ୍ଭବ ସତର୍କତା ଅବଲମ୍ବନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − 11 =