ନାବାଳିକାଙ୍କୁ ଗଣଦୁଷ୍କର୍ମ

ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୧୦ ଦିନ ଅଜଣା ଘରେ ରଖି ଗଣଦୁଷ୍କର୍ମ । ଗତ ୧୪ ତାରିଖ କେଦାରପୁର ଅଂଚଳରୁ ଜଣେ ନାବାଳିକାଙ୍କୁ ସିମୁଳିଆ ଥାନା ପାଉସିଆପଦାର ସମ୍ପର୍କୀୟ ଭିଣୋଇ ବିଦ୍ୟକ୍ଷଧର ବେହେରା ଓ ସେହି ଗ୍ରାମର ଜାକସନ ମକ୍ଷଝି କେଦାରପୁର ଅଂଚଳରୁ ଉଠାଇ ନେଇ ୧୦ ଦିନ ଧରି ସୋର ସହରରେ ଏକ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ।

ଦିନରେ ରୁମରେ ତାଲା ପକାଇ ରଖୁଥିଲେ ରାତିରେ ଦୁଷ୍କର୍ମ କରୁଥିଲେ । ଘଟଣା ପ୍ରକାଶ କଲେ ନାବାଳିକାର ଅଶ୍ଳୀଳ ଫଟୋ ଭାଇରାଲ କରିବା ସହ ମାରିଦେବା ଧମକ ଦେଇଥିଲେ । ଗତ ୨୭ ତାରିଖ ରାତି ୧୦ଟା ୩୦ ମିନିଟ୍ ସମୟରେ ନାବାଳିକାଙ୍କୁ ତାଙ୍କ ଘର ଆଗରେ ୬ ଜଣ ଯୁବକ ଛାଡି ଚାଲି ଯାଇଥିଲେ । ଗୁରୁବାର ନାବାଳିକାଙ୍କ ମା’ ସୋର ପୋଲିସଠାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

three + eighteen =