ରାଜଧାନୀରୁ ଧରାହେଲା ବଜ୍ରକାପ୍ତା ରାକେଟ୍‌

ଭୁବନେଶ୍ୱର: ବଜ୍ରକାପ୍ତା ଚୋରା କାରବାର କରୁଥିବା ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ଚାଲିଥିବା ବେଳେ ଚୋରା ବେପାରୀଙ୍କୁ ଧରିବା ସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ । ତିନି ବେପାରୀଙ୍କୁ ଗିରଫ କରାଯାଇଛି । ୫ ଲକ୍ଷ ଟଙ୍କାର ଡିଲ୍ ହେଉଥିବା ବେଳେ ମାଡି ବସିଲା ଏସଟିଏଫ । ଜଗତସିଂହପୁରରୁ ଭୁବନେଶ୍ୱର ଆସିଥିଲା ବଜ୍ରକାପ୍ତା । ଜବତ ଜୀବନ୍ତ ବଜ୍ରକାପ୍ତାକୁ ଚନ୍ଦକା ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ଚୋରା ଚାଲାଣକାରୀମାନେ ହେଲେ କଟକ ଜିଲ୍ଲା କୋଟପଲ୍ଲାର ଚିତ୍ରସେନ ସାହୁ, ଭୁବନେଶ୍ୱର ପାତ୍ରପଡାର ଖଗେଶ୍ୱର ସାହୁ ଓ ଗଞ୍ଜାମ ଜିଲ୍ଲାର କଂସାମାରି ଅଞ୍ଚଳର ଭାଗିରଥୀ ବେହେରା । ଗିରଫଙ୍କ ମଧ୍ୟରୁ ଜଣେ ନିଜକୁ ଏହି ୱେବ୍ ସାମ୍ବାଦିକ ବୋଲି ପରିଚୟ ଦେଇଛନ୍ତି । ସେ ବନ୍ଧା ହେଲା ପରେ ସବୁ ଗମୁର ଖୋଲିଛନ୍ତି । ଅଟୋରେ ବଜ୍ରକାପ୍ତା ଅଣାଯାଉଥିଲା ବେଳେ ବାଇକରେ ସାମ୍ବାଦିକ ଜଣକ ଏସକର୍ଟ ଦେଉଥିଲେ । ରାକେଟ୍ ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ ।

Share

Leave a Reply

Your email address will not be published. Required fields are marked *

14 + five =