କୋଣାର୍କ କୋର୍ଟରୁ ଜାମିନ ପାଇଲେ ଅଭିଜିତ

ଓଡିଶାର କଳା ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଦୀର୍ଘ ଏକମାସରୁ ଉର୍ଦ୍ଧ ହେଲା ଜେଲ ଭୋଗୁଥିବା ଅଭିଜିତ ଆୟାରଙ୍କୁ ଶେଷରେ ଜାମିନ ମିଳିଛି । ଏଥର ସେ ଜେଲ ଯନ୍ତ୍ରଣାରୁ ମୁକ୍ତି ପାଇବେ । କୋଣାର୍କ ଜେଏମଏଫସି କୋର୍ଟ ଆଜି ତାଙ୍କୁ ସର୍ତମୂଳକ ଜାମିନ ମଂଜୁର କରିଛନ୍ତି । ଏହି ସର୍ତ ଅନୁଯାୟୀ ସେ ଭବିଷ୍ୟତରେ ଆଉ ଏଭଳି ମନ୍ତବ୍ୟ କେବେ ଦେବେନାହିଁ । ୨୦ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଖଲାସ କରାଯିବ । ଅଭିଜିତଙ୍କୁ ପୂର୍ବରୁ ହାଇକୋର୍ଟ ସର୍ତମୂଳକ ଜାମିନ ଦେବା ପାଇଁ ତଳ କୋର୍ଟକୁ ନିଦେ୍ର୍ଧଶ ଦେଇଥିଲେ । ଓଡିଶା ବିଧାନସଭା ଆଗରେ ଅଭିଜିତ କ୍ଷମା ପା୍ରର୍ଥନା କରିବା ପରେ ରାଜ୍ୟ ସରକାର ମଧ୍ୟ ତାଙ୍କୁ କ୍ଷମା କରିଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରି ପତ୍ର ଲେଖିଥିଲେ ।

Share

Leave a Reply

Your email address will not be published. Required fields are marked *

20 + four =