ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ () ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ତିନି ରଥ । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଛି ରଥ ପଥ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ରଥାରୁଢ଼ ହୋଇ ଫେରିଛନ୍ତି । ପ୍ରଥମ ଥର ବିନା ଭକ୍ତରେ ସଂପନ୍ନ ହୋଇଛି ବାହୁଡ଼ା ଯାତ୍ରା ।

କଟକଣା ପାଇଁ ଏଥର ବଡ଼ଦାଣ୍ଡରେ ହୋଇପାରିଲାନି ଭକ୍ତ ଓ ଭଗବାନଙ୍କ ମିଳନ । ହେଲ କମ୍‌ ନଥିଲା ଭକ୍ତି ଭାବ । ସେବାୟତମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଭିଡ଼ି ନେଇଥିଲେ ରଥ ଆଗକୁ ଆଗକୁ ।

ଆସନ୍ତାକାଲି ସୁନାବେଶ, ତାପରଦିନ ଅଧରପଣା ଓ ଚାରି ତାରିଖରେ ନିଳକନ୍ଦରକୁ ବିଜେ କରିବେ ନୀଳମଣି ।

Share

Leave a Reply

Your email address will not be published. Required fields are marked *

3 × one =