ଯୁବତୀଙ୍କ ଦୁଇ ଗୋଡ଼ କାଟିଦେଲା ପ୍ରେମିକ

ଖୋର୍ଦ୍ଧା: ଏକ ତରଫା ପ୍ରେମର କରୁଣ ପରିଣତି। ପ୍ରେମ ନିବେଦନକୁ ପ୍ରତ୍ୟାଖାନ କଲା ବୋଲି ଦୁଇ ଗୋଡ଼ ହାଣିଦେଲେ ପାଗଳପ୍ରେମୀ। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ। ଜଣେ ଯୁବକ ଜଣେ ଯୁବତୀଙ୍କ ଦୁଇ ଗୋଡ ହାଣି ଦେଇଛନ୍ତି। ଏନେଇ ବାଘମାରୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ତୁଳସୀପୁର ଗାଁର ଦାଶରଥୀ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଛି । ତେବେ କିଛିଦିନ ପୂବେ ଯୁବତୀଙ୍କୁ ଅଶାଳିନ ବ୍ୟବହାର କରି ଜେଲ ମଧ୍ୟ ଯାଇଥିଲା । ତେବେ ଜେଲରୁ ଫେରିବା ପରେ ପୁଣିଥରେ ତାଙ୍କୁ ପ୍ରେମ ନିବେଦନ କରିଥିଲା । ଯୁବତୀ ଏହାକୁ ପ୍ରତ୍ୟାଖାନ କରିଥିଲେ । ଏହାପରେ ଦାଶରଥୀ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସେ ଏକ ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଦୁଇଗୋଡ଼କୁ ହାଣି ଦେଇଥିଲେ । ଗାଁ ଲୋକ ଆସିବା ପରେ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ।

Share

Leave a Reply

Your email address will not be published. Required fields are marked *

7 + six =